Tiger Sighting / ବୁଲୁଛି ରୟାଲ ବେଙ୍ଗଲ ଟାଇଗର ! ଭୟରେ ଥରହର ଅଞ୍ଚଳବାସୀ, ରାତିସାରା ଚାଲିଛି ପାଟ୍ରୋଲିଂ
·1 hour ago·2 min read

Key Points
କୋରାପୁଟରେ ରୟାଲ ବେଙ୍ଗଲ ଟାଇଗର ଆତଙ୍କ!
ଭୟରେ ଥରହର କୋରାପୁଟ ଓ ସେମିଳିଗୁଡ଼ା ଅଞ୍ଚଳବାସୀ
୭.୫ କିମି ଯାଏଁ ଡ୍ରୋନ୍ରେ ଚାଲିଛି ନଜରଦାରୀ
ରାତିସାରା ଚାଲୁଛି ପାଟ୍ରୋଲିଂ

କୋରାପୁଟ, ୦୬/୧୧: ଜଙ୍ଗଲରେ ବାଘ, ଗାଁରେ ଛନକା! କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତିକୁ ନେଇ ଚାରିଆଡ଼େ ଚର୍ଚ୍ଚା। କିଛିଦିନ ତଳେ ବନ ବିଭାଗକୁ ମିଳିଥିଲା ବାଘର ପାଦଚିହ୍ନ। ଏହାପରେ ଡିଜିଟାଲ କ୍ୟାମେରାରୁ ମିଳିଥିବା ତଥ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତିକୁ ଚିହ୍ନଟ କରିଛି ବନ ବିଭାଗ। ଏହାକୁ ନେଇ ଏବେ ପୂରା ଅଞ୍ଚଳରେ ସତର୍କତା ବଢ଼ାଇ ଦିଆଯାଇଛି।
ବାଘର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଏକାଧିକ ଟିମ୍ ନିୟୋଜିତ ହୋଇଛନ୍ତି। ଦିନ ହେଉ କି ରାତି, ପ୍ରତି ମୁହୂର୍ତ୍ତରେ ଚାଲିଛି ନଜରଦାରୀ। ଏପରିକି ରାତିର ଅନ୍ଧାରରେ ବାଘକୁ ଠାବ କରିବା ପାଇଁ ଥର୍ମାଲ ନାଇଟ୍ ଭିଜନ୍ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯାଉଛି। ପ୍ରାୟ ୭.୫ କିଲୋମିଟର ପରିଧି ମଧ୍ୟରେ ନଜର ରଖିବାର କ୍ଷମତା ଥିବା ଏହି ଡ୍ରୋନ୍ ମାଧ୍ୟମରେ ବାଘର ଗତିବିଧି ଖୋଜା ଚାଲିଛି।
ରାତିସାରା ପାଟ୍ରୋଲିଂ
ସିମିଳିଗୁଡ଼ା ଅଞ୍ଚଳରେ ବାଘର ଗତିବିଧି ଉପରେ ନଜର ରଖିବାକୁ ଛଅ ଜଣିଆ ଟିମ୍ ରାତିସାରା ପାଟ୍ରୋଲିଂ କରୁଛି। ଏହାସହ ଚାରିଜଣିଆ ରାପିଡ୍ ରେସପନ୍ସ ଟିମ୍ (RRT) ମଧ୍ୟ ନିୟମିତ ପାଟ୍ରୋଲିଂରେ ନିୟୋଜିତ ହୋଇଛି। ଆବଶ୍ୟକ ପଡ଼ିଲେ ଅନ୍ୟ ରେଞ୍ଜର ଟିମ୍ର ସହଯୋଗ ନିଆଯିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଏହି ଖବର: ରାତି ଅନ୍ଧାରରେ ହଠାତ୍ ସାମ୍ନାକୁ ଆସିଲା ବାଘ! ମୋବାଇଲରେ କଏଦ ହେଲା ଦୃଶ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲାଉଡସ୍ପିକରରେ ସଚେତନତା
ଝଲାପୁଟ ଓ ରାଜପୁଟ ଗାଁ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋବ୍ରା ବାଟାଲିୟନ ଓ HAL ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ଡିଅର ପାର୍କ ଅଞ୍ଚଳରେ ମଧ୍ୟ ବନ କର୍ମଚାରୀଙ୍କୁ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି।
ସେପଟେ ସ୍ଥାନୀୟ ଲୋକଙ୍କୁ ଭୟଭୀତ ନହେବାକୁ ଅପିଲ୍ କରିଛି ବନ ବିଭାଗ। ଲାଉଡସ୍ପିକର ମାଧ୍ୟମରେ ଗାଁ ଗାଁ ବୁଲି ସଚେତନତା ବାର୍ତ୍ତା ଦିଆଯାଉଛି। କୌଣସି ସ୍ଥାନରେ ବାଘର ପାଦଚିହ୍ନ, ଗର୍ଜନ କିମ୍ବା ସନ୍ଦେହଜନକ ଗତିବିଧି ଦେଖିଲେ ନିଜେ ତା'ର ପିଛା ନକରି ତୁରନ୍ତ ବନ ବିଭାଗକୁ ଜଣାଇବାକୁ କୁହାଯାଇଛି। ସିମିଳିଗୁଡ଼ାରେ ବାଘର ଉପସ୍ଥିତିକୁ ନେଇ ବନ ବିଭାଗର ତତ୍ପରତା ବଢ଼ିଥିବା ବେଳେ ଏବେ ସମସ୍ତଙ୍କ ନଜର ବାଘର ପରବର୍ତ୍ତୀ ଗତିବିଧି ଉପରେ।

Related Topics
Explore more stories