Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

RPF Officer / ବୃଦ୍ଧାଙ୍କ ଜୀବନ ରକ୍ଷା କଲେ RPF ଅଧିକାରୀ

Rashmita Mishra
Browse all articles by Rashmita Mishra
·9 months ago·1 min read
ବୃଦ୍ଧାଙ୍କ ଜୀବନ ରକ୍ଷା କଲେ RPF ଅଧିକାରୀ

Key Points

ବୃଦ୍ଧା ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଖସିପଡ଼ି ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଗଲେ ।

RPF ସହକାରୀ ଦୌଡ଼ି ଯାଇ ବୃଦ୍ଧାଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ।

ଏକ ବଡ଼ ଦୁର୍ଘଟଣାରୁ ମହିଳା ଜଣକ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଖସିପଡ଼ି ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଗଲେ। ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ସତର୍କତା ଏବଂ ତୁରନ୍ତ ପଦକ୍ଷେପ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି । ଘଟଣାଟି ଗତ ରାତି ପ୍ରାୟ ଗୋଟାଏ ସମୟରେ ଘଟିଥିଲା ଏବଂ ପୁରା ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଛି।


ସୂଚନା ଅନୁଯାୟୀ, ଜାନକୀ ରାଉତ ନାମକ ମହିଳା ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଟ୍ରେନ ଚାଲିବା ଆରମ୍ଭ କରିବା ସହିତ ସେ ଦୌଡ଼ି ଯାଇ ଚଢ଼ିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଲାନ୍ସ ହାରାଇ ତାଙ୍କ ଗେଡ଼ ଖସିଯାଇଥିବାରୁ ସେ ପ୍ଲାଟଫର୍ମ ପାଖରେ ପଡ଼ିଯାଇଥିଲେ।


ଅଧିକ ପଢନ୍ତୁ: ଗାଡ଼ି ଚାଲାଣ ଫାଇନ୍ ଅଧା, ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାକୁ ଦେଖି ସେହି ସମୟରେ ଡ୍ୟୁଟିରେ ଥିବା RPF ସହକାରୀ ସବ-ଇନ୍ସପେକ୍ଟର (ASI) ମାନସ ମାଣିକ ତୁରନ୍ତ ଦୌଡ଼ି ଯାଇ ବୃଦ୍ଧାଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ। ତାଙ୍କର ଏହିଭଳି ସାହାସିକତା ପାଇଁ ଏକ ବଡ଼ ଦୁର୍ଘଟଣାରୁ ମହିଳା ଜଣକ ଅଳ୍ପକେ ବର୍ତ୍ତିଯାଇଥିଲେ ।


ଏହି ଘଟଣା ବିଷୟରେ ବର୍ଣ୍ଣନା କରି, RPF ASI କହିଛନ୍ତି ଯେ ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଚାଲୁଥିଲା, ସେହି ସମୟରେ ବୃଦ୍ଧା ମହିଳା ଜଣକ ସେଥିରେ ଚଢ଼ିବାକୁ ଚେଷ୍ଟା କରୁଥିବାର ଦେଖାଗଲା। "ତଥାପି, ସେ ଖସିପଡ଼ି ଟ୍ରେନ ତଳେ ପଡ଼ିଯାଇଥିଲେ। ମୁଁ ତୁରନ୍ତ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଲି। ତାଙ୍କ ଜୀବନ ରକ୍ଷା ହୋଇଗଲା," ସେ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 

Related Topics

Explore more stories

Sponsored
RPF Officer | RPF Officer Saves Elderly Woman at Bhadrak Railway Station | Argus News | Argus News