Dharmendra Pradhan / ୧୦୦ କୋଟି ହେବ ଖର୍ଚ୍ଚ ! ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଜନ୍ମ ପୀଠର ଉନ୍ନତୀକରଣ

Key Points
ଖିଣ୍ଡା ଗାଁର ବିକାଶ ପାଇ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠ ଖିଣ୍ତା ମାଟି ଝଟକିବ । ୨୩ ରେ ଉଦଘାଟନ ହେବ ବୀରତ୍ମ ମାଟିର ଗାଥା କହୁଥିବା ସ୍ବାଗତ ତୋରଣ । ଖିଣ୍ତା ଗ୍ରାମରେ ସ୍ମୁତି ପୀଠ ଝଟକିବା ସହ ଲୁକାଇତ ଇତିହସ ପୁର୍ନ ଉଦ୍ଧାର ହେବ । ପୁବରୁ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହୋଇଥିବା ବେଲେ ଆଗକୁ ଆହୁରୀ ବିକାଶ ହେବା ନେଇ ମାଷ୍ଟର ପ୍ଲାନ ପ୍ତସ୍ତୁତ ହେଲା ।
ନୂଆ ରୂପ ପାଇବ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଜନ୍ମ ପୀଠ। ଆସନ୍ତା ୨୩ ତାରିଖ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ଖିଣ୍ଡା ଗ୍ରାମର ପ୍ରବେଶ ତୋରଣକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ବାଗତ ତୋରଣରେ ବୀର ମାଟିର ବୀରତ୍ୱ ଗାଥା ଇତିହାସ ବଖାଣିବ। ଯାହାକି ସମ୍ବଲପୁର- ଝାରସୁଗୁଡା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା ଛକରେ ଏହି ତୋରଣ ଲାଗିଛି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ୧୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ କାମ ନେଇ ଯୋଜନା କରାଯାଇଛି। ଏଥିପାଇଁ ମାଷ୍ଟରପ୍ଲାନ ବି ହୋଇଛି।
୨୦୨୩ ମସିହାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖିଣ୍ଡା ଗ୍ରାମର ବିକାଶ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୁତି ମନ୍ତ୍ରୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଗ୍ରାମକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିଥିଲେ। ସେପଟେ ଖିଣ୍ଡା ଗ୍ରାମର ବିକାଶ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଧନ୍ୟବାଦ ଜଣାଇଛନ୍ତି।
ଆସନ୍ତା ଜାନୁୟାରୀ ୨୩ ଖିଣ୍ଡାରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ଅନେକ ଉନ୍ନୟନ ମୂଳକର କାର୍ଯ୍ୟର ଉଦଘାଟନ କରିଵେ। ଖିଣ୍ଡାକୁ ପ୍ରବେଶ ତୋରଣ ସହ ୨ ଟି ଆର୍ଦଶ ଅଙ୍ଗନବାଡି କେନ୍ଦ୍ର, ପିଏଚସି କେନ୍ଦ୍ର ଓ ଖିଣ୍ଡା ହାଇସ୍କୁଲ କୋଠରୀ ଉଦଘାଟନ କରିବେ।
📱 Get Argus News App
✨Related Topics
Explore more stories