Videos
|
Odisha

ପ୍ରଦୀପଙ୍କ ଘରୁ ବାହାରିଲାଣି ୧୭ ଲକ୍ଷ ନଗଦ, ମାଳ ମାଳ ଘର ଆଉ ପ୍ଲଟ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପ୍ରଦୀପଙ୍କ ଘରୁ ବାହାରିଲାଣି ୧୭ ଲକ୍ଷ ନଗଦ, ମାଳ ମାଳ ଘର ଆଉ ପ୍ଲଟ୍

ଗିରଫ ହେଲେ STA ଯୁଗ୍ମ ନିର୍ଦେଶକ ପ୍ରଦୀପ ମହାନ୍ତି । ପ୍ରଦୀପଙ୍କ ଘରୁ ଆଜି ଆଉ ୨ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହେବା ସହ ୨.୧ କିଲୋଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୁରୀରେ ଦୁଇଟି ବେନାମୀ ଫ୍ଲାଟ ସହ ଭୁବନେଶ୍ୱରରେ ୩ଟି ବହୁତଳ ପ୍ରାସାଦ ଥିବା ଜାଣିଛି ଭିଜିଲାନ୍ସ । ଏହାସହ ଗୋଟିଏ ୪ BHK ଫ୍ଲାଟ ପାଇଁ ପ୍ରଦୀପ ଆଗୁଆ ୧ କୋଟି ପୈଠ କରିଥିବା ମଧ୍ୟ ଜଣାପଡ଼ିଛି ।

ଗତକାଲି ଗୁରୁବାର ପ୍ରଦୀପ ମହାନ୍ତିଙ୍କ ମୈତ୍ରୀ ବିହାର ସ୍ଥିତ ଘର ଓ କଟକ କାର୍ଯ୍ୟାଳୟ ସହ ୯ଟି ସ୍ଥାନରେ ଏକକାଳିନ ଭିଜଲାନ୍ସ ରେଡ୍‌ କରାଯାଇଥିଲା । ପ୍ରଦୀପଙ୍କ ଭୁବନେଶ୍ବର ମୈତ୍ରୀ ବିହାର ଘରୁ ଜବତ ହୋଇଥିଲା ୩ଟି ସୁନା ବିସ୍କୁଟ ଓ ଭିନ୍ନ ଭିନ୍ନ ଡିଜାଇନର ସୁନା ହାର, ଚୁଡ଼ି ସହ ଦାମୀ ଅଳଙ୍କାର । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ । ସୁନା ତାରକାସି କାମରେ ପ୍ରସ୍ତୁତ ବିଭିନ୍ନ ଠାକୁରଙ୍କ ଫଟୋ, ରୂପା ଥାଳି ଓ ଗ୍ଲାସ ମଧ୍ୟ ମିଳିଥିଲା। ପ୍ରଦୀପଙ୍କ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କା କ୍ୟାସ୍ ଜବତ ହୋଇଥିଲା । ଏଥିରେ ରହିଥିଲା ଦୀର୍ଘ ଦିନରୁ ବନ୍ଦ ହୋଇ ଯାଇଥିବା ୨୦୦୦ ଟଙ୍କିଆ ନୋଟ ବିଡା । ମେସିନ ଆଣି ଟଙ୍କା ଗଣିଥିଲା ଭିଜଲାନ୍ସ । କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ତାଜୁବ ।

ସେହିପରି ବ୍ୟାଙ୍କ ପାସବୁକ୍, ପାସପୋର୍ଟ ସହ ବୀମା କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଅଫିସ୍, ନୟାଗଡ଼, ରଣପୁର ସ୍ଥିତ ଘର, ପୁରୀ, ଖୋର୍ଦ୍ଧାର ସଂପର୍କୀୟ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଥିଲା ।

ମୌତ୍ରୀ ବିହାର ଘର ବ୍ୟତୀତ ଭୁବନେଶ୍ବର ରଘୁନାଥପୁରରେ ୪ ବିଏଚକେ ଫ୍ଲାଟ ପାଇଁ ଏକ କୋଟି ଟଙ୍କା ଦେଇଛନ୍ତି । ଆହୁରି ରହିଛି ଗୋବିନ୍ଦ ପ୍ରସାଦରେ କାମ ଚାଲିଥିବା ୫ ତାଲା କୋଠା, ନୟାଗଡ଼ ରଣପୁରର କୁଶପଲ୍ଲାରେ ଫାର୍ମ ହାଉସ , ଖୋର୍ଧା ଟାଙ୍ଗିରେ ଘର, ପୁରୀ ଜେନାରୀ ଗଛ ଲେନରେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ମଳିପଡାରେ ସମ୍ପର୍କୀୟଙ୍କ ନାଁରେ ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ସମ୍ପର୍କୀୟଙ୍କ ନାଁରେ ଘର ତିଆରି ଚାଲିଛି । କଟକରେ ଏକ ଅଫିସ ମଧ୍ୟ ଅଛି । ଏହା ଛଡା ୧୧ଟି ପ୍ଲଟ ରହିଛି ଭୁବନେଶ୍ବର, ଖୋର୍ଧା, ରଣପୁର, ନୟାଗଡ଼ରେ । ୧୧ ଡେସିମିଲର ଏଗ୍ରିକଲଚରାଲ ଲ୍ୟାଣ୍ଡ ମଧ୍ୟ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rs 17 lakh cash, huge property, plot and house Seized from Pradeep Mohanty's house | Argus News