Videos
|
Odisha

Swami Laxmanananda / ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ RSS ସରକାର୍ଯ୍ୟବାହଙ୍କ ଶ୍ରଦ୍ଧାଞ୍ଜଳି; 'ସ୍ଵାମୀଜୀ ଥିଲେ ଅତୁଟ ଏକତାର ସୂତ୍ରଧର'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ RSS ସରକାର୍ଯ୍ୟବାହଙ୍କ ଶ୍ରଦ୍ଧାଞ୍ଜଳି; 'ସ୍ଵାମୀଜୀ ଥିଲେ ଅତୁଟ ଏକତାର ସୂତ୍ରଧର'
Swami Laxmanananda Was a Symbol of Unity: RSS Leader

Key Points

ସ୍ଵାମୀଜୀଙ୍କ ଜୀବନ ସମାଜ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଥିଲା । ତାଙ୍କ ବ୍ୟକ୍ତିତ୍ଵ ଏବଂ ତାଙ୍କ କାର୍ଯ୍ୟ ଅଲଗା ନଥିଲା । ଏହା ଦର୍ଶାଉଛି ସ୍ଵାମୀଜୀଙ୍କ ଭାବନା ଓ କାର୍ଯ୍ୟ ମଧ୍ୟରେ ଏତୁଟ ଏକତା ଥିଲା ।
ଭୁବନେଶ୍ଵର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS) ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବସିଥିବା ବେଳେ ସ୍ଵାମୀଜୀଙ୍କ ଜନ୍ମ ଶତବାର୍ଷିକୀରେ ସମସ୍ତେ ତାଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

RSS ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି, "ପବିତ୍ର ଭୂମି ଓଡ଼ିଶାରୁ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଅନେକ ବ୍ୟକ୍ତିତ୍ଵ ସମାଜକୁ ଦିଗଦର୍ଶନ ଦେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଜୀ । ୧୯୨୬ ଅଗଷ୍ଟ ୧୫ ତାରିଖରେ ଅନୁଗୁଳ ଜିଲ୍ଲାର ଗୁରୁଜଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ପରେ ସ୍ଵାଧୀନତା ଆନ୍ଦୋଳନରେ ସାମିଲ୍ ହେବା ସହ ହିନ୍ଦୁ ସମାଜ ପାଇଁ କାମ ଆରମ୍ଭ କରିଥିଲେ ଯୁବାବସ୍ଥାରୁ ।"

ସ୍ଵାମୀଜୀ ପ୍ରଜାମଣ୍ଡଳରେ ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମରେ ସାମିଲ୍ ହୋଇଥିଲେ । ବିବାହ ପରେ ସ୍ଵାମୀଜୀ ଦୀକ୍ଷା ଗ୍ରହଣ କରି ସନ୍ୟାସ ନେଇଥିଲେ । ହିନ୍ଦୁ ଧାର୍ମିକ ଗ୍ରନ୍ଥ ଓ ସଂସ୍କୃତ ଅଧ୍ୟୟନ କରି ନିବିଡ଼ତା ବଢ଼ାଇଥିଲେ ।

ଦେଶ ବିରୋଧୀ ସକ୍ରିୟ ତତ୍ତ୍ଵଙ୍କ ବିରୋଧରେ ସ୍ଵାମୀଜୀ କନ୍ଧମାଳ ଜିଲ୍ଲାରେ କାମ ଆରମ୍ଭ କରିଥିଲେ । କନ୍ଧମାଳର ଚକାପାଦରେ ଆଶ୍ରମ ସ୍ଥାପନ କରି ଉକ୍ତ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଥିଲେ । ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଭକ୍ତି ଭାବନା ଜାଗ୍ରତ କରାଇଥିଲେ । ସଂସ୍କୃତ ଶିକ୍ଷାକୁ ଗୁରୁତ୍ଵ ଦେବା ସହ ମହିଳା ଭଜନ କେନ୍ଦ୍ର, ଚାଷ, ଗୋରୁ ପାଳନ ଓ ଜଳ ସଂରକ୍ଷଣ ଉପରେ କାମ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଦିବାସୀ ସମ୍ପ୍ରଦାୟକୁ ସ୍ଵାମୀଜୀ ଦେଖାଇଥିଲେ ଆତ୍ମସମ୍ମାନ ଓ ଆତ୍ମ ନିର୍ଭରତାର ମାର୍ଗ । ଶୁଦ୍ଧି ଯଜ୍ଞ ମାଧ୍ୟମରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରି ମିଶନରେ ସାମିଲ୍ କରିଥିଲେ । 'ଧରଣୀ ପେନୁ'ଙ୍କ ପୂଜା କରି ଆଦିବାସୀଙ୍କ ମଧ୍ୟରେ ବିଶ୍ଵାସ ଭରିଥିଲେ । ଏଭଳି ଭାବେ ସମାଜରେ ମୂଳଦୁଆ ମଜଭୁତ୍ କରିଥିଲେ ସ୍ଵାମୀଜୀ ।

ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଏବଂ ଯଜ୍ଞ ଓ ଅନ୍ୟ ପର୍ବ ମାଧ୍ୟମରେ ସ୍ଵାମୀଜୀ ସ୍ଥାନୀୟ ସମ୍ପ୍ରଦାୟକୁ ଧାର୍ମିକ ପଥରେ ଅଗ୍ରସର କରାଇଥିଲେ । ଆଉ ଶେଷରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଜଗନ୍ନାଥଙ୍କ ନିର୍ମାଲ୍ୟ, ମାଟି ତୂଳସୀ ପତ୍ର, ଗଙ୍ଗାଜଳ ମାଧ୍ୟମରେ ହିନ୍ଦୁ ଧର୍ମକୁ ଫେରିବାର ବାଟ ଖୋଲିଥିଲେ ।

ସ୍ଵାମୀଜୀଙ୍କ ଏଭଳି ପ୍ରୟାସ ପରେ ଅଞ୍ଚଳରେ ଅସାମାଜିକ ଓ ଦେଶ ବିରୋଧୀ ଶକ୍ତି ସକ୍ରିୟ ହୋଇ ପଡ଼ିଥିଲେ । ଏକାଧିର ଥର ସ୍ଵାମୀଜୀଙ୍କୁ ଆକ୍ରମଣ ପାଇଁ ପ୍ରୟାସ କରିଥିଲେ । ତଥାପି ସ୍ଵାମୀଜୀ ନ ଡରି ତାଙ୍କ ଉପସ୍ଥିତି ଜାହିର୍ କରିବା ସହ ମିଶନକୁ ଆଗକୁ ନେଇଥିଲେ ।

ଆଉ ଶେଷରେ ଜନ୍ମାଷ୍ଟମୀ ଭଳି ପବିତ୍ର ଉତ୍ସବରେ ଅସହିଷ୍ଣୁ ଗୋଷ୍ଠୀ ଜଲେଶପଟ୍ଟା ଆଶ୍ରମରେ ସ୍ଵାମୀଜୀ ଓ ତାଙ୍କ ୪ ଜଣ ଅନୁଗାମୀଙ୍କ ଉପରେ ବୀଭତ୍ସ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ମହାନ ସନ୍ଥ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମ୍ପୂର୍ଣ୍ଣ ଜୀବନ ମାତୃଭୂମି ଓ ଧର୍ମର ସୁରକ୍ଷାରେ କଟିଥିଲା ।

ସ୍ଵାମୀଜୀଙ୍କ ଜୀବନ ସମାଜ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଥିଲା । ତାଙ୍କ ବ୍ୟକ୍ତିତ୍ଵ ଏବଂ ତାଙ୍କ କାର୍ଯ୍ୟ ଅଲଗା ନଥିଲା । ଏହା ଦର୍ଶାଉଛି ସ୍ଵାମୀଜୀଙ୍କ ଭାବନା ଓ କାର୍ଯ୍ୟ ମଧ୍ୟରେ ଏତୁଟ ଏକତା ଥିଲା । RSS ସରକାର୍ଯ୍ୟବାହ କହିଛନ୍ତି, "ସଂଖ୍ୟାଧିକ କାର୍ଯ୍ୟକର୍ତ୍ତା ସ୍ଵାମୀଜୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସ୍ଵାମୀଜୀଙ୍କ ବାର୍ତ୍ତାକୁ ହୃଦୟରେ ସଜାଇ, ଧାର୍ମିକ ଆସ୍ଥାକୁ ସୁଦୃଢ଼ କରିବା ସହ ପରମ୍ପରାକୁ ସଂରକ୍ଷିତ ରଖିବା ପ୍ରତି ଦୃଢ଼ ଭାବେ ସମର୍ପିତ ଅଛନ୍ତି ।"