Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରଟିଆଇ ତଥ୍ୟ ଖୋଲିଲା ଲୁଟର ଗୁମର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆରଟିଆଇ ତଥ୍ୟ ଖୋଲିଲା ଲୁଟର ଗୁମର

ଦୁର୍ଗମ ଅଞ୍ଚଳରେ ଡ୍ୟାମ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍ । ଠିକାଦାର ଏବଂ ଅଧିକାରୀ ମେଳି ବାନ୍ଧି ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ରାୟଗଡା ବ୍ଳକ ମାଟିକଣା ପଞ୍ଚlୟତ ଭିତର ଅମ୍ଭୁ ଗାଁରେ ନଦୀ ମଧ୍ୟରେ ବଡ଼ ବଡ଼ ପଥର ଉପରେ ପଥର ରଖାଯାଇ ଡ୍ୟାମ ନିର୍ମାଣ ହୋଇଥିଲା । ଉଦେଶ୍ୟ ଥିଲା ଚାଷ ଜମିକୁ ପହଞ୍ଚିବ ପାଣି । ଏହା ଦ୍ବାରା ଉପକୃତ ହେବେ ଦୁର୍ଗମ ଅଞ୍ଚଳର ଚାଷୀ । ଏଥିପାଇଁ ଖର୍ଚ୍ଚ ହୋଇଥିଲା 41 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । କିନ୍ତୁ ଆରଟିଆଇ ତଥ୍ୟରେ ମାତ୍ର ୩ ଲକ୍ଷ ବ୍ୟୟରେ ଡ୍ୟାମ ନିର୍ମାଣ ହୋଇଥିଲା ସୂଚନା ମିଳିଛି । କେଉଁଟି ସତ ଓ କେଉଁଟି ମିଛ ତାହା ଏବେ ବଡ଼ ପ୍ରଶ୍ନବାଚୀ ।

ସ୍ଥାନିୟ ଲୋକଙ୍କ କହିବା ମୁତାବକ 7 ରୁ 8 ବର୍ଷ ମଧ୍ୟରେ ଏଠାରେ କୌଣସି ଡ୍ୟାମ ନିର୍ମାଣ ହୋଇନାହିଁ । 8 ବର୍ଷ ପୂର୍ବେ ଗୋଟିଏ ନିର୍ମାଣ ହୋଇଥିଲା । ଯାହା ଏବେ ନଷ୍ଟ ହୋଇଯାଇଛି । ବିଜେଡି ସରକାର ସମୟରେ ଲୋକଙ୍କ ନିମନ୍ତେ ଯୋଜନା କେବଳ କାଗଜ କଲମରେ ହିଁ ତିଆରି ହୋଇଥିଲା ବୋଲି ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି । ରାୟଗଡା ଅତିରିକ୍ତ ଗୋଷ୍ଠି ଉର୍ଣ୍ଣୟନ ଅଧିକରି କହିଛନ୍ତି ଘଟଣାର ତଦନ୍ତ କରାଯିବ । ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକରିଙ୍କୁ ଦୁର୍ଗମ ଅଞ୍ଚଳରେ ଡ୍ୟାମ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଲୁଟ । ଏପଟେ ପାଣି ବିନା ହୋଇପାରୁନି ଚାଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RTI data reveals the truth about looting | Argus News