Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରଟିଆଇ ରିପୋର୍ଟ ମାଗିବାରୁ ସୂଚନାଧିକାର କର୍ମୀଙ୍କ ପତ୍ନୀଙ୍କୁ ନିର୍ଧୁମ ମାଡ

Smruti Parija
Browse all articles by Smruti Parija
·1 year ago
ଆରଟିଆଇ ରିପୋର୍ଟ ମାଗିବାରୁ ସୂଚନାଧିକାର କର୍ମୀଙ୍କ ପତ୍ନୀଙ୍କୁ ନିର୍ଧୁମ ମାଡ

ଯାଜପୁର: ଦୁର୍ନୀତିକୁ ନେଇ ଆରଟିଆଇ ରିପୋର୍ଟ ମାଗିବାରୁ ସୂଚନାଧିକାର କର୍ମୀଙ୍କ ପତ୍ନୀଙ୍କୁ ନିର୍ଧୁମ ମାଡ । ଯାଜପୁର ଦଶରଥପୁର ବ୍ଲକ ରହସୋଈ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା । 

ସୂଚନା ଅଧିକାର କର୍ମୀ ଅଶୋକ ପତି ପଞ୍ଚାୟତର ବିଭିନ୍ନ ଦୁର୍ନୀତିକୁ ବିରୋଧ କରିବା ସହ RTI ରିପୋର୍ଟ ମାଗିଥିଲେ । ଯାହାକୁ ନେଇ କିଛି ଯୁବକ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିକୁ ଉଠାଇ ନେବା ସହ ରାସ୍ତା ଉପରେ ଘୋଷାଡି ଘୋଷାଡ଼ି ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ଅଶୋକ ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । 

ତେବେ ଏଭଳି ଅମାନବୀୟ କାଣ୍ଡ ଘଟାଇ ଥିବା ଅନ୍ୟ ଅଭିଯୁକ୍ତକୁ କେବେ ପୋଲିସ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RTI officer's wife-beatten for asking RTI report | Argus News