Videos
|
Odisha

ବହୁର ବଡ଼ ଅଧ୍ୟାୟରେ "ପାଣ୍ଡିଆନ ପଜଲ" ଶୀର୍ଷକ

Smruti parija
Browse all articles by Smruti parija
·1 year ago·2 min read
ବହୁର ବଡ଼ ଅଧ୍ୟାୟରେ "ପାଣ୍ଡିଆନ ପଜଲ" ଶୀର୍ଷକ

Key Points

ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ତଥା ଖ୍ୟାତନାମା ଲେଖକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକ । 

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ତଥା ଖ୍ୟାତନାମା ଲେଖକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକ । 2024 ନିର୍ବାଚନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ଆଧାରିତ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚିତ କରିଛନ୍ତି ରୁବେନ୍ । ଯେଉଁଥିରେ ପାଣ୍ଡିଆନଙ୍କ ଆବିର୍ଭାବ ଏବଂ ଦବଦବା ଉପରେ "ପାଣ୍ଡିଆନ ପଜଲ" ଶୀର୍ଷକ ବଡ଼ ଅଧ୍ୟାୟରେ ଏହି ବହିରେ ଅଛି। 2018 ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା। ପାଣ୍ଡିଆନଙ୍କ ଆବିର୍ଭାବ କେମିତି ଓ କାହିଁକି ହେଲା ? ପାଣ୍ଡିଆନ ସରକାରକୁ କେମିତି ଅକ୍ତିଆର କରିଥିଲେ?


ନବୀନ ପଟ୍ଟନାୟକ ଏହାକୁ ଅନୁମତି କେମିତି ଦେଇଥିଲେ ? ଏହାକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ଓ ଆଲୋଚନା ହେଉଥିଲା । 2024 ନିର୍ବାଚନରେ ନବୀନ ହାରିବାର କାରଣ ବି ବହିରେ ଲେଖା ଅଛି । 2019ରେ ବିଜେଡିର ଇଲେକ୍ସନ୍ ରୁମ ପାଣ୍ଡିଆନ ମ୍ୟାନେଜ କରୁଥିଲେ । 2024ରେ ପାଣ୍ଡିଆନ ନିଜେ ପ୍ରଚାରରେ ବାହାରିଲେ । ଇଲେକ୍ସନ ରୁମ୍ ମ୍ୟାନେଜ କରିବା ପାଇଁ ଲୋକ ନଥିଲେ । ବହୁତ ମିସ ମ୍ୟାନେଜମେଣ୍ଟ ହେଲା । ପାଣ୍ଡିଆନ ଯେତେ ବୁଲିଲେ ବି ବିଜେଡ଼ି ଭିତରେ ତାଙ୍କୁ ବିରୋଧ କରୁଥିଲେ ନେତା । ପାଣ୍ଡିଆନଙ୍କୁ ବିଜେଡ଼ି ଲୋକ intelligent fool କହୁଥିଲେ । ସେହିପରି ନବୀନ ଓଡ଼ିଆ କହିବାକୁ ନେଇ ମଧ୍ୟ ବହିରେ ଉଲ୍ଲେଖ ରହିଛି । ନବୀନଙ୍କୁ ଓଡ଼ିଆ ଶିଖାଇବା ପାଇଁ ଜଣେ ଓଡ଼ିଆ ଶିକ୍ଷକ ରାଜ କିଶୋର ମିଶ୍ର ଯାଉଥିଲେ । କିନ୍ତୁ ନବୀନ ଓଡ଼ିଆ ଶିଖୁ ନଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାହେଲେ ରାଜ କିଶୋର ମିଶ୍ର ଯାଉଥିଲେ କାହିଁକି ? ବର୍ଷେ କାଳ ସେ ନବୀନ ନିବାସ ଯାଉଥିଲେ ଓ ବସୁଥିଲେ । ଏହାର ଦୁଇଟି କାରଣ ଅଛି । ପୂର୍ବରୁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନବୀନଙ୍କୁ ପଚାରିଥିଲେ, ଆପଣ କାହିଁକି ନିଜ ମାତୃଭାଷା ଶିଖୁ ନାହାନ୍ତି । ନବୀନ କହିଥିଲେ, ମୋ ମାତୃଭାଷା ଓଡ଼ିଆ କେବେ ହେଲା ? ଜ୍ଞାନ ପଟ୍ଟନାୟକ ପଞ୍ଜାବୀ ଥିଲେ । ତେଣୁ ମୋ ମାତୃଭାଷା ଓଡ଼ିଆ ନୁହେଁ ବୋଲି କହିଥିଲେ ନବୀନ । ଏ ସବୁ ସଂପର୍କରେ ବହିରେ ଉଲ୍ଲେଖ ଅଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଗସ୍ ନ୍ୟୁଜକୁ ଇଣ୍ଟରଭ୍ୟୁ ଦେଇ ନବୀନ-ପାଣ୍ଡିଆନଙ୍କ ପୋଲ୍ ଖୋଲିଥିଲେ ରୁବେନ୍ ।

Ruben Banerjee's book under discussion | Argus News