Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅରୁଣଙ୍କ ବୟାନ ପ୍ରମାଣିତ କରୁଛି ପାର୍ଟିରେ ଏବେ ବି ପାଣ୍ଡିଆନ୍ ପାୱାରଫୁଲ୍...

Odisha

ଅରୁଣଙ୍କ ବୟାନ ପ୍ରମାଣିତ କରୁଛି ପାର୍ଟିରେ ଏବେ ବି ପାଣ୍ଡିଆନ୍ ପାୱାରଫୁଲ୍...

Smruti parija
Browse all articles by Smruti parija
·1 year ago·2 min read
ଅରୁଣଙ୍କ ବୟାନ ପ୍ରମାଣିତ କରୁଛି ପାର୍ଟିରେ ଏବେ ବି ପାଣ୍ଡିଆନ୍ ପାୱାରଫୁଲ୍...

Key Points

ପାଣ୍ଡିଆନଙ୍କ ଭୂମିକା ବିଷୟରେ ଲେଖିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ।



ଅର୍ଗସ ବ୍ୟୁରୋ: ବିଜେଡି ପରାଜୟ ପଛର କାରଣ ପାଣ୍ଡିଆନ । ଗୋଟି ଗୋଟି କରି ଗୁମର ଖୋଲିଲେ ବରିଷ୍ଠା ସାମ୍ୱାଦିକ ରୁବେନ ବାନାର୍ଜୀ । ରୁବେନଙ୍କ ବାଣରେ ବିଭାଜିତ ହେଉଛି ବିଜେଡି । ବିଜେଡି ପରାଜୟ ପଛରେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଲେଖିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି । ଆଉ କିଛି କ୍ରିତଦାସିଆ ମନୋବୃତ୍ତିର ନେତାଙ୍କ ଦେହରେ ଲାଗିଛି କଣ୍ଟା । ଦଳର ଉପନେତା ତଥା ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ରୁବେନଙ୍କ ଲେଖାରେ ସତ୍ୟତା ଥିବା କହି ସ୍ବୀକୃତି ଦେଇଥିବାବେଳେ, ପାଣ୍ଡିଆନଙ୍କ କଥାରେ ରୁବେନଙ୍କୁ କାଉଣ୍ଟର କରିବାକୁ ସାମ୍ନାକୁ ଆସିଲେ ବିଧାୟକ ଅରୁଣ ସାହୁ । ଯାହାର ଜବାବରେ ରୁବେନ କହିଛନ୍ତି- ଅରୁଣଙ୍କ ବୟାନ ପ୍ରମାଣିତ କରୁଛି ପାର୍ଟିରେ ଏବେ ବି ପାଣ୍ଡିଆନ୍ ପାୱାରଫୁଲ୍ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏ ସବୁ ପ୍ରସଙ୍ଗର ମୁଖ୍ୟ କାରଣ ହେଉଛି ଏହି ବହି । "Pandian Puzzle"....ନବୀନ ପଟ୍ଟନାୟକ...the authoritative biography... revised after 2024 elections" ରୁବେନ ବାନାର୍ଜୀଙ୍କ ଏହି ଅଧ୍ୟାୟ ପାଣ୍ଡିଆନ ରହସ୍ୟକୁ ଅନେକ ମାତ୍ରାରେ ସାର୍ବଜନୀନ କରିଛି । 2018 ପରେ ପାଣ୍ଡିଆନଙ୍କ ପ୍ରଭାବ କେମିତି ବଢିଥିଲା । ନିର୍ବାଚନ ବେଳେ ପାଣ୍ଡିଆନ ଯେତେ ବୁଲିଲେ ବି ବିଜେଡ଼ି ଭିତରେ ତାଙ୍କୁ କିପରି ନେତା ବିରୋଧ କରୁଥିଲେ। ଏମିତି ବିଜେଡି ନେତାଏ ପାଣ୍ଡିଆନଙ୍କୁ intelligent fool କହୁଥିଲେ । ଶେଷରେ 2024 ନିର୍ବାଚନରେ ନବୀନ ହାରିବାର ଅନ୍ୟତମ କାରଣ ଥିଲେ ପାଣ୍ଡିଆନ । 2019ରେ ବିଜେଡିର ଇଲେକ୍ସନ ରୁମ ପାଣ୍ଡିଆନ ମ୍ୟାନେଜ କରୁଥିଲେ । 2024ରେ ପାଣ୍ଡିଆନ ନିଜେ ପ୍ରଚାରରେ ବାହାରିଲେ । ଇଲେକ୍ସନ ରୁମ୍ ମ୍ୟାନେଜ କରିବା ପାଇଁ ଲୋକ ନଥିଲେ । ଜଣେ ଆଇପିଏସ ଅଫିସର ଓ ଅନ୍ୟ ଅଧିକାରୀ ମାନେ ତୃଣମୂଳ ସ୍ତରରେ ଲୋକଙ୍କ ମତ ପରିବର୍ତ୍ତନ ଓ ଟଙ୍କା ବଣ୍ଟା ହିସାବକୁ ଠିକ୍ ଭାବେ ମ୍ୟାନେଜ କରିପାରିଲେ ନାହିଁ । ସବୁ ଏହି ବହିରେ ଗୋଟି ଗୋଟି କରି ଉଲ୍ଲେଖ କରିଛନ୍ତି ରୁବେନ ।


ସାଧାରଣ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ବିଜେଡିର ନେତା ମନ୍ତ୍ରୀ ଟେଣ୍ଟ ବନ୍ଧାଠୁ ନେଇ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ଏପରିକି ତାଙ୍କ କ୍ରୀତଦାସ ବୋଲି ଅତି ଗର୍ବର ସହକାରେ କିଛି ନେତା ନିଜକୁ ପ୍ରତିପାତିଦ କରୁଥିଲେ । ହେଲେ ସବୁ ହେଲା ବୁମେରାଂ । ଶେଷରେ ପାଣ୍ଡିଆନ୍ ଙ୍କୁ ଜୋରଦାର ବିରୋଧ କଲେ ପୁରୁଖା ନେତା ତଥା ପ୍ରତିଷ୍ଠାତା ସଦସ୍ୟ । ଯାହା ପରେ ସନ୍ୟାସ ନେବା ନାଁରେ ପୁଣି ଥରେ ନବୀନଙ୍କ ପଛରେ ରହି ଦଳ ଚଳାଉଥିବା ପାଣ୍ଡିଆନ୍ ଙ୍କ ଅସଲ ମୁଖା ରୁବେନ ଖୋଲିବା ପରେ ସେହିଭଳି କିଛି କ୍ରୀତଦାସିଆ ନେତାଙ୍କ ଦେହରେ କଣ୍ଟା ଭଳି ଫୋଡି ହୋଇଥିବା କୁହାଯାଉଛି ।

Sponsored
ruben-benerjee-book-creates-disturbance-in-bjd | Argus News