Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ

Odisha

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ପୋଡିୟମ ଉପରେ ଚଢିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ଉଦ୍ୟମ। ବିରୋଧୀଙ୍କ ପ୍ରତିବାଦ ସତ୍ତ୍ବେ ଗୃହକାର୍ଯ୍ୟ ଜାରି।


ଆଜି ବି ବିଧାନସଭାରେ ସେହି ସମାନ ଚିତ୍ର । ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଚାଲୁଛି ପ୍ରଶ୍ନକାଳ । ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ଆରମ୍ଭ ସହିତ, ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ନାରାବାଜି । ତେବେ ଆଜି କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ । ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ଆଉ ତାଙ୍କୁ ସାଥ୍ ଦେଇଥିଲେ ବିଜେଡି ବିଧାୟକ ।

ତେବେ ପ୍ରଶ୍ନକାଳ ଆରମ୍ଭରୁ ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ କଂଗ୍ରେସ ଓ ବିଜେଡି ବିଧାୟକ । ଆଉ ତାହାରି ଭିତରେ ହିଁ ଗୃହକୁ ମୁଲତବୀ ନକରି, ଗୃହରେ ପ୍ରଶ୍ନକାଳ ଚଳାଇଥିଲେ ବାଚସ୍ପତି । ସେପଟେ ବିରୋଧୀଙ୍କ ହଟ୍ଟଗୋଳକୁ ବିରୋଧ କଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
ruckus-in-the-assembly-since-the-beginning-of-question-hour | Argus News