ଏଥର 6 ଦିନ ଧରି ଚାଲିବ ଲିଙ୍ଗରାଜ ଫେଷ୍ଟିଭାଲ୍

ଲିଙ୍ଗରାଜଙ୍କ ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 5 ତାରିଖ ରେ ଅନୁଷ୍ଠିତ ହେବ ମହାପ୍ରଭୁ ଲଙ୍ଗରାଜ ଙ୍କ ରୁକୁଣା ରଥଯାତ୍ରା । ଦିନ 3 ଟା ସମୟରେ ରଥ ଟଣା ଆରମ୍ଭ ହେବ । ସମସ୍ତ ନିଯୋଗର ସହାୟତା କରିବେ । ଚଳିତ ଥର ଲିଙ୍ଗରାଜ ଫେଷ୍ଟିଭାଲ 6 ଦିନ ଧରି ଅନୁଷ୍ଠିତ ହେବ । ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୁଣା ଭୁବନେଶ୍ୱର ।
65 ଜଣ ସେବାୟତ ରଥ କାମରେ ଲାଗିଛନ୍ତି । ଆସନ୍ତା 4 ତାରିଖ ଦିନ ନେତ୍ରୋତ୍ସବ ପାଳନ ଓ ରଥ ପ୍ରତିଷ୍ଠା କରାଯିବ । ମାର୍ଚ୍ଚ 12 ରୁ ପ୍ରଭୁ ଲିଙ୍ଗରାଜଙ୍କ ରଥକାମ ଆରମ୍ଭ ହୋଇଥିଲା । ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ପ୍ରମୁଖ ଉତ୍ସବ ହୋଇଥିବାବେଳେ ଏହାର ବିଶେଷତ୍ୱ ହେଉଛି ଅଣଲେଉଟା ।
📱 Get Argus News App
✨ଅଣଲେଉଟା ଏଥିପାଇଁ କୁହାଯାଏ କାରଣ ପୁରୀ ରଥଯାତ୍ରା ସମୟରେ ଯେମିତି ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଏ । ଏବଂ ପରେ ଏହାର ମୋଡ ବଦଳାଯାଏ । ପୁଣି ଶ୍ରୀମନ୍ଦିର ଅଭିମୁଖେ ଅଣାଯାଏ । ହେଲେ ରକୁଣା ରଥଯାତ୍ରା ଟିକେ ଓଲଟା ହୁଏ । ରଥର ମୋଡ ବଦଳାଯାଏନି ବରଂ ଦ୍ୱାର ଏବଂ ରଥର ଘୋଡା ବଦଳାଯାଇ ଏହା ପ୍ରତ୍ୟାବର୍ତ୍ତନ କରିଥାଏ ।