Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡ଼ି ସରକାର ଅପାରଗତା ଯୋଗୁଁ ହୋଇପାରିନି ଗ୍ରାମାଞ୍ଚଳର ବିକାଶ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡ଼ି ସରକାର ଅପାରଗତା ଯୋଗୁଁ  ହୋଇପାରିନି ଗ୍ରାମାଞ୍ଚଳର ବିକାଶ

Key Points

ସୀମାନ୍ତରେ ସୀମାପାର୍ ଯନ୍ତ୍ରଣା
ଅଭିଶପ୍ତ ପାଲଟିଛି ୬ ଖଣ୍ଡ ଗାଁ
ଗାଁ ବିକାଶରେ ବାଧକ ଅଧପନ୍ତରିଆ ସେତୁ
ବିକାଶ ବଦଳରେ ବିନାଶ ଆଡ଼କୁ ଗତି କରୁଛନ୍ତି ନୀରିହ ଆଦିବାସୀ

ଆଣ୍ଠେଇଛି ପ୍ରକଳ୍ପ । ବିତିଲାଣି ୭ ବର୍ଷ, ପଡ଼ିନି ୭ ଖଣ୍ଡ ପିଲର୍ । ନର୍କ ଯନ୍ତ୍ରଣାରେ ୬ ଖଣ୍ଡ ଗାଁ । ଖରା ଦିନେ କଷ୍ଟେମଷ୍ଟେ ଚଳିଯାନ୍ତି, ବର୍ଷା ଦିନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ଗାଁ ବିକାଶରେ ବାଧକ ସାଜିଛି ଅଧାପନ୍ତରିଆ ସେତୁ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୋଲଡ଼ା ପଞ୍ଚାୟତ ଆନ୍ଧ୍ର ସୀମାନ୍ତକୁ ଲାଗିରହିଛି । ପଞ୍ଚାୟତର ସୀମାବର୍ତ୍ତୀ ଗାଁ ଲୋକେ ଆଜି ଯାଏଁ ବି ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି । କାରଣ ସେମାନଙ୍କ ପାଇଁ ନା ପାନୀୟ ଜଳର ବ୍ୟବସ୍ଥା ଅଛି ନା ପକ୍କାରାସ୍ତା । ରାସ୍ତା ନଥିବାରୁ ଏକାଧିକ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ସୀମାନ୍ତବାସୀ ।

ପଞ୍ଚାୟତର ରେବତୀ ଗୁଡ଼ା, ଏଗୁ ଭଦ୍ରାପଲ୍ଲୀ, ସାନ ବାଙ୍କିଡି, ସିକେଟ୍ ଲଭା , ଏମ୍ଫା ୱାଲ୍ସା, ବଡ଼ ବାଙ୍କିଡିର ଲୋକ ଆଜି ବି ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି । ସବୁଠାରୁ ବଡ଼ କଥା ହେଲା ରେବତୀଗୁଡ଼ା ଗାଁ ଓଡ଼ିଶାରେ ଥାଇ ବି ଏହି ଗାଁରେ ପ୍ରଶାସନର ପାଦ ପଡ଼ିଛି ନା ନେତାଙ୍କ । ଅଧପନ୍ତରିଆ ପୋଲ ପାଇଁ ବର୍ଷା ଦିନରେ ଅଣ୍ଟା ଯାଏ ପାଣି ଚାଲେ ତେଣୁ ମାସ ମାସ ଧରି ଗାଁ ଭିତରେ ରୁହନ୍ତି ଛଅ ଖଣ୍ଡ ଗ୍ରାମବାସୀ ।

ସମସ୍ୟା ବାବଦରେ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଛନ୍ତି । ହେଲେ କାହା ନଜର ପଡ଼ିନି । ଏଥର ସରକାର ବଦଳିଛି, ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର । ଡବଲ ବିକାଶ ହେବ ବୋଲି ଗ୍ରାମବାସୀଙ୍କ ଆଶା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rural-development-has-not-been-possible-due-to-the-incompetence-of-the-bjd-government | Argus News