ଗମନାଗମନରେ ସମସ୍ୟା ଭୋଗୁଛନ୍ତି ଦୁର୍ଗମବାସୀ

୨୪ ବର୍ଷର ବିଜେଡି ସରକାରଙ୍କ ଅପାରଗତା ଯୋଗୁଁ ଗାଁରେ ପହଁଚି ପାରିନି ସୁବିଧା। ସଡକ ଯୋଜନା ଅନେକ ମାତ୍ର ଆଜିବି କୋରାପୁଟର ଅନେକ ଅଞ୍ଚଳକୁ ରାସ୍ତାମାନେ ଗୋଡି ପଥର କଚ୍ଚା ରାସ୍ତା। ଯେଉଥିରେ ରାସ୍ତା ତମାମ ଖାଲ-ଢିପ ପଥୁର ଭର୍ତ୍ତି । ଯେଉଁଥିରେ ଯାତାୟାତ ନିମନ୍ତେ ବହୁ ସମସ୍ୟାର ସମୁଖୀନ ହୁଅନ୍ତି ଅ଼ଚଳବାସୀ। ରାସ୍ତା ଏମିତି ଯେଉଁଠି ପ୍ରତି ପାଦେପାଦେ ରହିଛି ବିପଦ। ଗାଁକୁ ଯିବାକୁ ହେଲେ ଗୋଡି ମାଟି ଏବଂ ପଥୁରିଆ ରାସ୍ତା ଦେଇ ଯିବାକୁ ପଡ଼େ। ପାଦ ଚଲା ଏହି ରାସ୍ତାରେ ଦିଚକିଆ ଟିଏ ଯିବା ପାଇଁ ବି ପଛରୁ ଧକ୍କା ଦେବାକୁ ପଡେ। ଆଉ ଏହି ରାସ୍ତାରେ ଚାରି ଚକିଆ କଥା କିଏ ପଚାରେ।
ଚନ୍ଦକା ପଂଚାୟତର ୫ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଯିବା ଆସିବାର ମାଧ୍ୟମ ହେଉଛି ଏହି ରାସ୍ତା। ପାକନାଗୁଡା, ଭାଲିଆଗୁଡା, ତଳଖରାଡ଼ବା, ମେଟାକାନ୍ଦିଲି, ପାଣ୍ଡ୍ରିଆମଗୁଡା ପ୍ରଭୁତି ଗାଁର ଲୋକେ ଏହିରାସ୍ତାରେ ପ୍ରତିଦିନ ଯିବା ଆସିବା କରୁଆସୁଛନ୍ତି । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେବି ରାସ୍ତା ସମସ୍ୟାର ସମାଧାନ ହୋଇ ପାରିନି। ବର୍ଷ ତମାମ ରାସ୍ତା ସମସ୍ୟା ଲୋକଙ୍କୁ କଷ୍ଟ ଦେଉଥିବା ବେଳେ ବର୍ଷାଦିନେ ଏକ ପ୍ରକାର ବାହ୍ୟଜଗତରୁ ବିଛିନ୍ନ ହୋଇଯାଆନ୍ତି ଗ୍ରାମବାସୀ।
ରାସ୍ତା ସମସ୍ୟା ଲୋକଙ୍କୁ ପ୍ରତିଦିନ ଦେଉଛି ଯନ୍ତ୍ରଣା ମାତ୍ର ଏହାର ସମାଧାନ ହୋଇ ପାରୁନି। ଫଳରେ ଆଜିବି କୌଣସି କାମ ପାଇଁ ଗାଁ ବାହାରକୁ ଆସିବା ପାଇଁ ଡରୁଛନ୍ତି ଅଞ୍ଚଳବାସୀ।