Videos
|
Odisha

ସାମାନ୍ୟ ବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁର୍ଗମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାମାନ୍ୟ ବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁର୍ଗମବାସୀ

Key Points

ବିକାଶକୁ ନାହିଁ ପକ୍କା ରାସ୍ତା
ସାମାନ୍ୟ ବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁର୍ଗମବାସୀ
ରାସ୍ତା ପାଇଁ କାଗଜ କଲମରେ ଅଟକିଛି ମୌଳିକ ସୁବିଧା
ପାଣି,ଶିକ୍ଷା,ସ୍ଵାସ୍ଥ୍ୟ ସବୁ ଅଧା ରାସ୍ତାରେ

ଗାଁକୁ ନାହିଁ ପକ୍କା ରାସ୍ତା, କାଦୁଅ ପଚପଚ ରାସ୍ତା ହିଁ ଏକ ମାତ୍ର ଭରସା l ଗଜପତି ମୋହନା ବ୍ଲକ ଅନ୍ତର୍ଗତ ଅଡବା ଗ୍ରାମପଞ୍ଚାୟତର ନାଡାମା ଗାଁ ଓ ଡ଼ମ୍ବଗୁଡ଼ା ପଞ୍ଚାୟତ ବୁଲେଇପଦା ଓ କଣ୍ଟାହୁରୁ ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ଅଞ୍ଚଳର ଶତାଧିକ ଆଦିବାସୀ ପରିବାରର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ l ମାତ୍ର ଗାଁକୁ ଭଲ ରାସ୍ତା ନ ଥିବାରୁ ଏହି ମାଟି ଓ କାଦୁଅ ପଚପଚ ରାସ୍ତା ହିଁ ଗ୍ରାମବାସୀଙ୍କ ସାହାଭରସା l ଗାଁଠାରୁ ମୂଖ୍ୟ ରାସ୍ତାକୁ ଯିବାକୁ ହେଲେ ପ୍ରାୟ 5 କିଲୋମିଟର ଯିବାକୁ ପଡେ l ଖରା ଦିନେ କଷ୍ଟେମଷ୍ଟେ କଚ୍ଚା ରାସ୍ତାରେ କାମ ଚଳି ଯାଉଥିବା ବେଳେ ବର୍ଷା ଦିନେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡୁଛି ।

ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବା ସହ ସମାନ । ଖରା ଦିନେ ଜଳ ଅଭାବ ଚିନ୍ତାର କାରଣ ସାଜିଥିବା ବେଳେ ବର୍ଷା ଦିନେ ଗୋଳିଆ ପାଣି ବଢାଇଛି ଚିନ୍ତା । ସେଭଳି ଆବାସ ଆଜିବି ଏଠି ଅପହଞ୍ଚ । ଘରେ ଟିଣଛପର ପକାଇ ରହୁଛନ୍ତି ଗ୍ରାମବାସୀ। ରାସ୍ତା ନଥିବାରୁ ଆବାସ ଘର ଗାଁରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି।
ଦୀର୍ଘ ଚବିଶ ବର୍ଷରେ ବିକାଶ ଦେଖି ପାରିଲାନି ଏହି ଅଞ୍ଚଳ । ରାସ୍ତା ପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସିସି ରୋଡଟିଏ ହୋଇ ପାରିନାହିଁ। ଫଳରେ ଯାତାୟତରେ ସମସ୍ୟା ବୋଗୁଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
rural-residents-suffer-due-to-light-rain | Argus News