Videos
|
Odisha

RWSS ବିଭାଗୀୟ ଯନ୍ତ୍ରୀଙ୍କ ଅଭିଯୋଗ, ପାଣି ବଦଳରେ ପରିସ୍ରା ପିଆଇଲେ ପିଅନ

Smruti Parija
Browse all articles by Smruti Parija
·1 year ago·1 min read
RWSS ବିଭାଗୀୟ ଯନ୍ତ୍ରୀଙ୍କ ଅଭିଯୋଗ, ପାଣି ବଦଳରେ ପରିସ୍ରା ପିଆଇଲେ ପିଅନ

Key Points

RWSS ବିଭାଗୀୟ ଯନ୍ତ୍ରୀଙ୍କ ଅଭିଯୋଗ

ପାଣି ବଦଳରେ ପିଅନ ପିଆଇଦେଲେ ପରିସ୍ରା

ଯନ୍ତ୍ରୀ ପାଣି ମାଗିବାରୁ ପରିସ୍ରା ଦେଇଥିବା ଅଭିଯୋଗ

RWSS ବିଭାଗୀୟ ଯନ୍ତ୍ରୀଙ୍କ ଅଭିଯୋଗ । ପାଣି ବଦଳରେ ପରିସ୍ରା ପିଆଇଲେ ପିଅନ । ଅନଲାଇନ୍ FIR ପରେ ତଦନ୍ତ କରୁଛି ଆର.ଉଦୟଗିରି ପୋଲିସ । ଗତ ୨୩ ତାରିଖରେ ଯନ୍ତ୍ରୀ ପାଣି ମାଗିବାରୁ ପରିସ୍ରା ଦେଇଥିବା ଅଭିଯୋଗ ହୋଇଛି । ଜାତୀୟ ମାନବାଧିକାର କମିଶନରେ ମଧ୍ୟ ଅଭିଯୋଗ କରିଛନ୍ତି ଯନ୍ତ୍ରୀ । ଗଜପତି ଜିଲ୍ଲା ଆର.ଉଦୟଗିରି RWSS ଯନ୍ତ୍ରୀ ଆଣିଛନ୍ତି ବିଭାଗୀୟ କର୍ମଚାରୀଙ୍କ ଉପରେ । ବର୍ତ୍ତମାନ ଆର.ଉଦୟଗିରି ପୋଲିସ ଏନେଇ ତଦନ୍ତ କରୁଛି ।


ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ଯନ୍ତ୍ରୀଙ୍କୁ ପିଇବାକୁ ଦେଇଥିଲେ ପିଅନ ଜଣକ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସେ କିଛି ନ ଜାଣିପାରି ପିଇଦେଇଥିଲେ । ହେଲେ ତାଙ୍କୁ ଅସ୍ୱାଭାବିକ ଲାଗିଥିଲା । ଏବଂ ସେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରୁ ଫେରିବା ପରେ ସେ ଏନେଇ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
rwss-departmental-engineer-complains-that-engineer-drinks-urine-instead-of-water | Argus News