Videos
|
Odisha

Sad Story: ଆଖିରେ ଆଖିଏ ଲୁହ, ଚାତି ପିଟି କାନ୍ଦିବାକୁ ମନ କରୁଛି ହେଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Sad Story: ଆଖିରେ ଆଖିଏ ଲୁହ, ଚାତି ପିଟି କାନ୍ଦିବାକୁ ମନ କରୁଛି ହେଲେ...

Key Points

ତିନି କୁନି କୁନି ପୁଅ ଗୋଟିଏ ନାବାଳିକା ଝିଅ ।

କେମିତି ପରିବାର ଚଳେଇବେ ମଙ୍ଗୁଳିଙ୍କ ପତ୍ନୀ ବନିତା ।

କିଏ ବୁଝିବ ତାଙ୍କ ଦୁଃଖ ?

ଆଖିରେ ଆଖିଏ ଲୁହ, ଚାତି ପିଟି କାନ୍ଦିବାକୁ ମନ କରୁଛି । ହେଲେ ପିଲାଙ୍କ ମୁହଁକୁ ଚାହିଁ ତୁନି ରହୁଛନ୍ତି । ଭାବୁଛନ୍ତି ସିଏ ଯଦି ଭାଙ୍ଗିପଡିବେ ତେବେ କିଏ ହେବ ଏମାନଙ୍କ ସାହାରା । ସ୍ୱାମୀଙ୍କ ପରେ ପରିବାରର ମେରୁଦଣ୍ଡ ସାଜିବାକୁ ନିଜକୁ ସଜାଡୁ ସଜାଡୁ ହୃଦୟକୁ ପଥର କରିବା ଆରମ୍ଭ କରିଦେଇଛନ୍ତି । ସବୁ ଦୁଃଖ ଯନ୍ତ୍ରଣାକୁ ଛାତିର ଗୋଟେ କୋଣକୁ ଠେଲି ଅଣ୍ଟା ଭିଡିଛନ୍ତି, ପିଲାଙ୍କୁ ଗୋଟେ ଭଲ ଭବିଷ୍ୟତ ଦେବାକୁ। ଇଏ ହେଉଛି ସେହି ବନିତାଙ୍କ କାହାଣୀ।

କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ କଚେରୀପଡ଼ାର ମଙ୍ଗୁଳିଙ୍କ ପରିବାର ଉପରେ ସତେ ଯେମିତି ଅଚାନ ଖସି ପଡିଛି ଦୁଃଖର ପାହାଡ଼। ଦିନମଜୁରିଆ ପରିବାରରେ ଏକ ମାତ୍ର ରୋଜଗାରିଆ ମଣିଷ ମଙ୍ଗୁଳିଙ୍କ ଅଚାନକ ମୃତ୍ୟୁ ପରେ ପୁରା ପରିବାର ଏବେ ବେସାହାରା। ତିନି କୁନି କୁନି ପୁଅ ଗୋଟିଏ ନାବାଳିକା ଝିଅକୁ ନେଇ କେମିତି ପରିବାର ଚଳେଇବେ ସେଇ ଚିନ୍ତାରେ ଏବେ ମଙ୍ଗୁଳିଙ୍କ ପତ୍ନୀ ବନିତା।

ଗୋଟିଏ ପଟେ ଦରିଦ୍ରତା ଓ ଅନ୍ୟ ପଟେ ମୁଣ୍ଡ ଗୁଞ୍ଜିବାକୁ ନାହଁ ପକ୍କା ଘର ! ୧୦ ଫୁଟିଆ ଆଜବେଷ୍ଟ ଘରେ ୬ ପ୍ରାଣୀ ଜୀବନ ବିତାଇବା ନିଶ୍ଚିତ ପକ୍ଷେ କଷ୍ଟ ଦାୟକ । ବିଗତ ବିଜେଡି ସରକାର ଏହି ପରିବାରର ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଖଣ୍ଡେ ମଧ୍ୟ ଯୋଗଇବାରେ ବିଫଳ ହୋଇଥିଲେ । ତେବେ ଏହି ଅସହାୟ ପରିବାରର ପିଲାମାନଙ୍କ ପାଖରେ ସହଯୋଗର ହାତ ବଢ଼ାଇଛି କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟ ଓ ଅନ୍ୟାନ ସାମାଜିକ ସଂଗଠନ । ଅନ୍ୟ ପକ୍ଷରେ ଏହି ଅସହାହାୟ ପିଲାମାନେ କିପରି ପାଠପଢ଼ିବା ସହ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ଏନେଇ ସରକାର ତୁରନ୍ତ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sad Story: Tears in eyes, feel like crying out loud... | Argus News