social boycott / ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ୧୨ ବର୍ଷ ପାଇଁ ସାମାଜିକ ବାସନ୍ଦ
·3 months ago·2 min read

Key Points
ଅଡୁଆରେ ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ
୧୨ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜ
ନିଜ ଝିଅ କୁ ଅନ୍ୟ ଜାତିରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାରୁ ବାସନ୍ଦ

ନବରଂଗପୁର ୨୨/୦୩ ଅଡୁଆରେ ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ। ନିଜ ଝିଅ କୁ ଅନ୍ୟ ଜାତିରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାକୁ ନେଇ ଅଡୁଆରେ ପଡ଼ିଛନ୍ତି ସଦାଶିବ। ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଭତରା ସମାଜରୁ ବାସନ୍ଦ କରାଯାଇଛି। ନିଜ ଝିଅର ବିବାହ ଅନ୍ୟ ଜାତିରେ ନିର୍ବନ୍ଧ କରିଛନ୍ତି ସଦାଶିବ। ଆଉ କିଛି ଦିନ ପରେ ବିବାହ ହେବ। ଏହି ବିଷୟରେ ଅବଗତ ହେବା ପରେ ଶ୍ରୀ ପ୍ରଧାନୀ ଓ ତାଙ୍କ ପରିବାରକୁ ଜିଲ୍ଲା ଭତରା ସମାଜ ପକ୍ଷରୁ ୧୨ବର୍ଷ ପାଇଁ ବାସନ୍ଦ କରାଯାଇଛି।
ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ନିଜ ଝିଅର ବିବାହ ଭତରା ସମାଜର ନୀତି ଓ ନିୟମ ଅନୁସାରେ ନ କରି ଅନ୍ୟ ଜାତିର ପୁଅ ସହ ବିବାହ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫେବ୍ରୁଆରି ୨୫ ତାରିଖରେ ନିର୍ବନ୍ଧ ସରିଯାଇଥିବା ବେଳେ ଆସନ୍ତା ଏପ୍ରିଲ୍ ମାସରେ ବିବାହ ହେବ ବୋଲି ସୂଚନା ମିଳିଛି। ଯାହାକୁ ଜିଲ୍ଲା ଭତରା ସମାଜ ଘୋର ବିରୋଧ କରିଛି। ଆଜି ଝରିଗାଁ ବ୍ଲକର ଧାମଣାଗୁଡ଼ା ଦନ୍ତେଶ୍ୱରୀ ମନ୍ଦିରରେ ଜିଲ୍ଲା ଭତରା ସମାଜର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଜିଲ୍ଲାର ୧୦ଟି ବ୍ଲକର ଭତରା ସମାଜର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ବୈଠକରେ ସର୍ବସମ୍ମତି କ୍ରମେ ଭତରା ସମାଜର ନିୟମ ଉଲ୍ଲଂଘନ କରିଥିବାରୁ ପୂର୍ବତନ ବିଧାୟକ ଶ୍ରୀ ପ୍ରଧାନୀ ଓ ତାଙ୍କ ପରିବାରକୁ ସମାଜରୁ ୧୨ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଶ୍ରୀ ପ୍ରଧାନୀଙ୍କ ପରିବାର ସହ ସଂପର୍କ ଚ୍ଛିନ୍ନ କରିବା ସହ କୌଣସି ସାମାଜିକ କାର୍ଯ୍ୟରେ ଭତରା ସମାଜ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଚନ୍ଦାହାଣ୍ଡି ବ୍ଲକ୍ ଅନକାବେଡ଼ା ଗ୍ରାମର କ୍ଷୀରସିନ୍ଧୁ ମର୍କାମ ଭତରା ସମାଜର ନିୟମ ଉଲ୍ଲଂଘନ କରି ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି।
ଏହି ବୈଠକରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ କେନ୍ଦ୍ରୀୟ କମିଟି ସଭାପତି ଜଗଦୀଶ ନାୟକ, ଜିଲ୍ଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ସଭାପତି ଜଗନ୍ନାଥ ମାଝୀ, ଉପସଭାପତି ରାମଧର ମାଝୀ, ପୂର୍ଣ୍ଣ ମାଝୀ, ଅନନ୍ତ ସୋରି, ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ସହସମ୍ପାଦକ ମୋତିରାମ ସମରଥ ଓ ନବୀନ ଚନ୍ଦ୍ର ଭତରା, କୋଷାଧ୍ୟକ୍ଷ ଚନ୍ଦ୍ରୁ ପୂଜାରୀ, ହିରନ ମାଝୀ, ମୋହନ ନାୟକ, ଘନ ମାଝୀ, ଜୟରାମ ଭତରା, ଗୋପୀନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ସଦାଶିବ ପ୍ରଧାନୀ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନବରଂଗପୁର ବିଧାନସଭାରୁ ବିଜୁ ଜନତାଦଳର ବିଧାୟକ ଥିଲେ। ୨୦୨୪ରେ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ବିଜେଡିରୁ ପ୍ରାର୍ଥି ହୋଇ ବିଜେପି ପ୍ରାର୍ଥି ଗୌରୀଶଙ୍କର ମାଝୀଙ୍କ ଠାରୁ ପରାସ୍ତ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories