ସହଦେବ ନାୟକ ହତ୍ୟା ମାମଲା; ପୋଲିସ କବଜାରେ ମାଷ୍ଟରମାଇଣ୍ଡ

ଭୁବନେଶ୍ଵର ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରମା ନାୟକକୁ ଗିରଫ କଲା ପୋଲିସ । ଖୋର୍ଦ୍ଧା ଅଞ୍ଚଳରୁ ରମାଙ୍କୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ପୂର୍ବରୁ ଘଟଣାରେ 6 ଜଣଙ୍କୁ ଗିରଫ କରିଥିଲା ପୋଲିସ । ରସୁଲଗଡ଼ ବ୍ରିଜ୍ ଉପରେ ସହଦେବଙ୍କୁ ଖଣ୍ଡାରେ ହାଣିଥିଲେ ଅଭିଯୁକ୍ତ ।
ଜାନୁଆରୀ 8 ତାରିଖ । ସ୍ଥାନ ରସୁଲଗଡ ଓଭରବ୍ରିଜ୍ । ସକାଳୁ ସକାଳୁ ଜନଗହଳି ପୂର୍ଣ୍ଣ ରାସ୍ତାରେ ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିଲେ ସହଦେବ ନାୟକ । ଫଳରେ ବାଇକରେ ଦୁଇ ଦୂର୍ବୃତ୍ତ ଆସି ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲେ । ଘଟଣା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମୃତ ଯୁବକ ଜଣଙ୍କ ଥିଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ।
📱 Get Argus News App
✨ଏହି ମାମଲାରେ ପୋଲିସ ସଙ୍ଗେ ସଙ୍ଗେ 3 ଜଣଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଥିଲେ ଜଣେ ମହିଳା । ପରେ ଆଉ 3 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଏହି ଘଟଣାର ମାଷ୍ଟରମାଇଣ୍ଡ ରମା ନାୟକକୁ ଗିରଫ କରିଛି ପୋଲିସ ।
