Jatra / ବିବାଦରେ ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡା, ସାପକୁ ଧରି ଅଭିନୟ କରିବା ସାଇ ଙ୍କୁ ପଡ଼ିଲା ମହଙ୍ଗା
·4 months ago·2 min read

Key Points
ବିବାଦରେ ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡା
ବଲ୍ ପାଇଥନ୍ କୁ ଧରି ଅଭିନୟ କରିବା ସାଇ ଙ୍କୁ ପଡ଼ିଲା ମହଙ୍ଗା
ମଞ୍ଚରେ କୌଣସି ପ୍ରକାର ସାପ ପ୍ରଦର୍ଶନ ଉପରେ କଡ଼ା ନିଷେଧ

ବିବାଦରେ ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡା। ବଲ୍ ପାଇଥନ୍ କୁ ଧରି ଅଭିନୟ କରିବା ସାଇ ଙ୍କୁ ପଡ଼ିଲା ମହଙ୍ଗା।ବନ ବିଭାଗ ପକ୍ଷରୁ ଯାତ୍ରା ପାର୍ଟି ମ୍ୟାନେଜର ଓ କମିଟିକୁ ନୋଟିସ୍। ମଞ୍ଚରେ କୌଣସି ପ୍ରକାର ସାପ ପ୍ରଦର୍ଶନ ଉପରେ କଡ଼ା ନିଷେଧ।
ଏଇ ବୋଧେ ଶେଷ ଦେଖା “ରେ ହିରୋଙ୍କ ହାତରେ ଅଜଗର। ନିଜ ଅଭିନୟ ଦ୍ୱାରା ଅଭିନେତ୍ରୀ ଓ ଅଭିନେତାଙ୍କୁ ସାପ ଧରିବା ପାଇଁ କହୁଛନ୍ତି କଳାକାର ସାଇ ସତ୍ୟଜିତ ପଣ୍ଡା। ସାପକୁ ହାତରେ ଗୁଡ଼ାଇ ସଂଳାପ ବି କହୁଛନ୍ତି ଅଭିନେତା ସାଇ। ଏଭଳି ଅଭିନୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।ଖଣ୍ଡଗିରି ଯାତ୍ରା ମହାସମରରେ ଭିତରେ ବିବାଦକୁ ଆସିଛନ୍ତି ତୁଳସୀ ଗଣନାଟ୍ୟର ଅଭିନେତା ସାଇ ସତ୍ୟଜିତ ପଣ୍ଡା।ନାଟକ ମଞ୍ଚସ୍ଥ ବେଳେ ସାଇ ହାତରେ ଏକ ବଲ୍ ପାଇଥନ୍(ଏକଜୋଟିକ୍)ଧରି ମଞ୍ଚକୁ ଚଢ଼ିଥଲେ । ଯାହାକୁ ନେଇ ବିବାଦ ଦେଖାଦେଇଛି । ବନ ବିଭାଗର ରେଞ୍ଜ ବିଭାଗ ପକ୍ଷରୁ ଯାତ୍ରା ପାର୍ଟିର ମ୍ୟାନେଜର ଓ କମିଟି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି । ମଞ୍ଚରେ କୌଣସି ପ୍ରକାର ସାପ ପ୍ରଦର୍ଶନ କରିପାରିବେନି ବୋଲି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି ।ଏପଟେ ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକ ମଧ୍ୟ କହିଛନ୍ତି ଏସବୁ କରିବା ଦର୍ଣ୍ଡନୀୟ ଅପରାଧ।ସାଇ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ କରିଥିବା ବେଳେ ଏସବୁ ବନ୍ଦ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଦର୍ଶକ।
ଏହାକୁ ନେଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, Schedule (IV) ଅନୁଯାୟୀ ବଲ୍ ପାଇଥନ୍ ପ୍ରଜାତିର ସାପ ରଖିହେବ। କିନ୍ତୁ Section 54 ଅନୁଯାୟୀ ଏହାକୁ ଖେଳ ପ୍ରଦର୍ଶନ ପାଇଁ ବ୍ୟବହାର କଲେ ୫ ଲକ୍ଷ ଟଙ୍କା ଜରିମନା ଦେବାକୁ ହେବ। ସାଇ ସତ୍ୟଜିତ ପଣ୍ଡା ନିୟମ ଅବମାନନା କରି ଏହାକୁ ବ୍ୟବହାର କରିଛନ୍ତି, ଯାହାକୁ ନେଇ ପାତ୍ରପଡ଼ା ରେଞ୍ଜ ଅଫିସ୍ ରେ ଅଭିଯୋଗ ହେବା ପରେ ମଞ୍ଚରେ ଆଉ ସାପ ନ ଖେଳେଇବାକୁ ହରେକୃଷ୍ଣ ମହତାବ ସାଂସ୍କୃତିକ ମଞ୍ଚ ଓ ତୁଳସୀ ଗଣନାଟ୍ୟ ପ୍ରଯୋଜକଙ୍କୁ ନୋଟିସ୍ ହୋଇଛି।ଯାହା ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ର ଉଲଙ୍ଘନ ବୋଲି ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ପ୍ରଶ୍ନ ଉଠୁଛି, କାହାର ଅନୁମତି ନେଇ କଳାକାର କରିଥିଲେ ଅଭିନୟ? ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ କରିଛନ୍ତି ଯାତ୍ରା କଳାକାର । ୨୦୨୩ ଠାରୁ ଏହି ନିୟମ କଡ଼ାକଡ଼ି କରାଯାଇଛି । ଏହା ସତ୍ବେ ସାପ ଧରି ଅଭିନୟ କରିବାକୁ କିଏ ଦେଲା ଅନୁମତି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories