Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହତ୍ୟାକାଣ୍ଡ ଘଟାଇଛନ୍ତି ଖଲ୍ଲିକୋଟ ରାଣୀଙ୍କ ପୁତୁରା ତଥା ବିଜେଡ଼ି ନେତା ସାକେତ ରାମା ରାଓ !

Smruti Parija
Browse all articles by Smruti Parija
·2 years ago·1 min read
ହତ୍ୟାକାଣ୍ଡ ଘଟାଇଛନ୍ତି ଖଲ୍ଲିକୋଟ ରାଣୀଙ୍କ ପୁତୁରା ତଥା ବିଜେଡ଼ି ନେତା ସାକେତ ରାମା ରାଓ !

ବ୍ରହ୍ମପୁର:  ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଗିରଫ ହୋଇଛନ୍ତି । ସେପଟେ ଏନେଇ ଆସ୍କା ଲୋକସଭା ସଂଯୋଜକ ଯଜ୍ଞନାରାୟଣ ଦାଶଙ୍କ ସାଂଘାତିକ ଅଭିଯୋଗ । ହତ୍ୟାକାଣ୍ଡ ଘଟାଇଛନ୍ତି ଖଲ୍ଲିକୋଟ ରାଣୀଙ୍କ ପୁତୁରା ତଥା ବିଜେଡ଼ି ନେତା ସାକେତ ରାମା ରାଓ । ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନି କୁମାରୀ ଦେଓଙ୍କ ପୁତୁରା ସାକେତ ରାମା ରାଓ ।  

ଗତକାଲି ରାତିରେ ରାଣୀଙ୍କ ବାସ ଭବନରେ ଭୋଜି କରି ଲୋକଙ୍କୁ ମଦ ଦେଇ ଏପରି କାଣ୍ଡ କରିଛନ୍ତି ଏହି ବିଜେଡି ନେତା ।  ଗତକାଲିଠୁ ଆମେ ପୋଲିସକୁ ସୂଚନା ଦେଇଥିଲୁ ହେଲେ କିଛି ପଦକ୍ଷେପ ନେଲାନି ପୋଲିସ । ସାକେତ ରାମାରାଓଙ୍କୁ କାହିଁକି ଗିରଫ କରୁନି ପୋଲିସ । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ୱେବ ସାକେତ ରାମାରାଓ ମିଶିକି ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି କହିଛନ୍ତି ଆସ୍କା ଲୋକସଭା ସଂଯୋଜକ ଯଜ୍ଞନାରାୟଣ ଦାଶ । 

ଖଲ୍ଲିକୋଟର ଶ୍ରୀକୃଷ୍ଣ ଶରଣପୁର ପଂଚାୟତରେ ପୋଷ୍ଟର, ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାରି ଭିତରେ ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁଥିରେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଲୋକଙ୍କ ରାସ୍ତା ଅବରୋଧ ସହ ଖଲ୍ଲିକୋଟ ଥାନା ଘେରାଉ କରିଛନ୍ତି । ଖଲ୍ଲିଖୋଟ ଥାନାର 100 ମିଟର ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Saket Rama Rao-leader of the Bjd has reason-behind-khalikote murder-case | Argus News