Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳି ନିର୍ଦ୍ଦେଶ ପରେ ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା 

Smruti Parija
Browse all articles by Smruti Parija
·1 year ago·1 min read
ବଦଳି ନିର୍ଦ୍ଦେଶ ପରେ ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା 

ଅର୍ଗସ ବ୍ୟୁରୋ: ଗାଦି ଛାଡୁ ନଥିବା OAS ଅଫିସରଙ୍କୁ ସରକାରୀ ଛାଟ । ବଦଳି ନିର୍ଦ୍ଦେଶ ପରେ ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ। ବଦଳି ନିର୍ଦ୍ଦେଶ ମାନୁନଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । 


ଅଗଷ୍ଟ ୧୭ ଓ ସେପ୍ଟେମ୍ବର ୧୦ରେ ବଦଳି ନିର୍ଦ୍ଦେଶ ବାହାରିଥିଲେ ବି ଆଜି ଯାଏଁ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ଓଏଏସ୍ ଅଧିକାରୀ । ଏଯାଏଁ ଏହି ଅଧିକାରୀମାନେ ନୂଆ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ତେଣୁ ଏଭଳି ଅମାନିଆ ଅଧିକାରୀଙ୍କୁ ସାବାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ସିଧା ସଳଖ ଦରମା ବନ୍ଦ କରିଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। 


ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ନିର୍ବାଚନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେଇ ଯେଉଁ OAS ଅଧିକାରୀମାନଙ୍କୁ ବଦଳି କରାଯାଇଛି, ସେମାନଙ୍କୁ ସରକାରଙ୍କ ତରଫରୁ ରିଲିଭ କରାଯାଇଛି । ଏବେ ସେମାନଙ୍କୁ ଜିଲ୍ଲାପାଳମାନେ ରିଲିଭ୍ କରିବେ। କିଛି ସ୍ଥାନରେ ଛୋଟ ବଡ଼ କାମ ବାକି ରହିଥିବାରୁ ସେଠାରେ ଜିଲ୍ଲାପାଳମାନେ ଏମାନଙ୍କୁ ରିଲିଭ୍ କରିନାହାନ୍ତି । ଅନ୍ୟ କିଛି ସ୍ଥାନରେ OAS ଅଧିକାରୀମାନେ ବିଭିନ୍ନ ଚାପ ପ୍ରୟୋଗ କରି ପୁଣି ସେହି ସ୍ଥାନରେ ରହିବାକୁ ଉଦ୍ୟମ କରୁଥିବା ଖବର ଆସିଛି । ତେବେ ଯେଉଁମାନେ ରିଲିଭ୍ ହେବେ ନାହିଁ, ସେମାନଙ୍କୁ ନିଲମ୍ବିତ ବୋଲି ଧରିନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salary will be stopped if oas-officers do not join work at the new place after the transfer order | Argus News