Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡଦାଣ୍ଡରେ ମଦ, ଆମିଷ ବିକ୍ରି ବନ୍ଦ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବଡଦାଣ୍ଡରେ ମଦ, ଆମିଷ ବିକ୍ରି ବନ୍ଦ

Key Points

ଡ଼ଦାଣ୍ଡରେ ମଦ, ଆମିଷ ବିକ୍ରି ବନ୍ଦ
ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ମଦ ଦୋକାନ, ବାର ରହିବ ନାହି
ପୁରୀକୁ ପିଲିଗ୍ରୀମ ସିଟି କରିବାକୁ ନିଆଯାଉଛି ପଦକ୍ଷେପ

ବଡ଼ ଦାଣ୍ଡରେ ମଦ, ଆମିଷ ବିକ୍ରି ବନ୍ଦ ହେବ । ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ଭିତରେ ମଦ ଦୋକାନ କିମ୍ବା ବାର ରହିବ ନାହିଁ । ପୁରୀକୁ ପିଲିଗ୍ରିମ୍ ସିଟି କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହ ବଡଦାଣ୍ଡରେ ଥିବା ସବୁ ଘରର ଉଚ୍ଚତା ସମାନ ରହିବ । ବଡ଼ ଦାଣ୍ଡକୁ ମୁହଁ କରିଥିବା ଘରଗୁଡିକର ରୂପରେଖ ବଦଳା ଯିବ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।


ସେପଟେ ସ୍ନାନପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜାରି ଜାରି । ୧୦ ତାରିଖ ସନ୍ଧ୍ୟାରୁ ମେଡିକାଲ ଛକଠାରୁ ଶ୍ରୀମନ୍ଦିର ଯାଏଁ ଚାରି ଚକିଆ ଯାନ ଉପରେ କଟକଣା । ଦୁଇ ଚକିଆ ଯାନ ପାଇଁ ମ୍ୟୁନିସପାଲଟି ମାର୍କେଟ କମପ୍ଲେକ୍ସରେ ବ୍ୟବସ୍ଥା । ଭୁବନେଶ୍ୱର ଆଡୁ ଚାରି ଚକିଆ ଯାନରେ ଆସୁଥିବା ଯାତ୍ରୀମାନେ ଜେଲ ରୋଡ ଏବଂ ଶରଧାବାଲିରେ ପାର୍କିଂ କରିବେ । କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା, ବ୍ରହ୍ମଗିରି ଆଡୁ ଆସୁଥିବା ଯାତ୍ରୀମାନେ ଯାତ୍ରୀକାରେ ପାର୍କିଂ କରିପାରିବେ । ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ ଆଡଭାଇଜାରିକୁ ଅନୁପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଏସପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sale of liquor, nonveg banned in Badadanda puri | Argus News