Videos
|
Odisha

Salia Sahi / ସାଲିଆ ସାହିରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍

Rashmita Mishra
Browse all articles by Rashmita Mishra
·6 months ago·2 min read
ସାଲିଆ ସାହିରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍
Salia Sahi

Key Points

ସାଲିଆ ସାହିରେ ମଦର ବନ୍ୟା । 
ଘର ଭିତରେ ଥିଲା ଡ୍ରମ୍ ଡ୍ରମ୍ ଦେଶୀ ମଦ । 
ସବୁ ଢାଳିଦେଲେ ଅବକାରୀ ବିଭାଗ । 
୬ ହଜାର ଲିଟର ପୋଚ ନଷ୍ଟ । 
ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । ସାଲିଆ ସାହିରେ ଅବକାରୀ ବିଭାଗର ବଡ଼ ଧରଣର ରେଡ । ଚୋରା ଦେଶୀ ମଦ ଭାଟି ଉପରେ ରେଡ କରୁଛି ଅବକାରୀ ବିଭାଗ । ଚଢାଉ ବେଳେ ପୁଳା ପୁଳା ବିଦେଶୀ ମଦ ଓ ପୋଚ ଜବତ । ସକାଳୁ ସକାଳୁ ସାଲିଆ ସାହିକୁ ଘେରିଗଲା ଅବକାରୀ ବିଭାଗ । କେହି କିଛି ବୁଝିବା ଆଗରୁ ଅଚାନକ ହେଲା ରେଡ । ୬ଟି ଜାଗାରେ ତିଆରି ହୋଇଥିବା ଦେଶୀ ମଦ ଭାଟି କୁ ଭାଙ୍ଗିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ।

ମାପଦଣ୍ଡ ଆଗରେ ବଡ଼ ବଡ଼ ଇଞ୍ଜିନିୟର ବି ହାରିଯିବେ। ମଦର ମାନ ନିର୍ଦ୍ଧାରଣ ପାଇଁ ମାଫିଆଙ୍କ ଘରେ ଥିଲା ମାପଦଣ୍ଡ । ବାହାରକୁ ହଜାର ହଜାର ଲିଟର ମଦ ସପ୍ଲାଏ ହେଉଥିବା ଖବର ପାଇ ଭୁବନେଶ୍ୱର ସାଲିଆସାହିର ନୟାଗଡ଼ ବସ୍ତିରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଆଉ ତା ପରେ ମଦରେ ଭାସୁଛି ବସ୍ତି ।

୬ ଟି ସ୍ଥାନରେ ମାରଥନ ଚଢ଼ାଉ ବେଳେ ଜବତ ହୋଇଛି ୬ ହଜାର ଲିଟର ପୋଚ, ୧ ହଜାର ଲିଟର ଦେଶୀ ମଦ । ୪ ଜଣଙ୍କୁ ଅଟକ ରଖି ଛାନଭିନ ଚଳାଇଛି ଭୁବନେଶ୍ୱର ଅବକାରୀ ଟିମ । ତେବେ ଏ ଘଟଣ ନୁଆଁ ନୁହେଁ ଦୁଇ ମାସ ତଳେ ଠିକ ସମାନ ଢଙ୍ଗରେ 'ଅପରେସନ ପ୍ରହାର'ରେ ନିଶା ବେପାରକୁ କେନ୍ଦ୍ରକରି ସାଲିଆ ସାହିରେ ଭଙ୍ଗାଯାଇଥିଲା ମାଫିଆର ଘର । ବହିଥିଲା ମଦ ର ବନ୍ୟା । ଏବେ ପ୍ରତି ମାସରେ ଚଢାଉ ହେଉଥିବା ଅବକାରୀ ଟିମ୍ କହୁଥିବା ବେଳେ ଏହା ସତ୍ତ୍ବେ କେମିତି ଚାଲିଛି ଏଭଳି ବେଆଇନ ମଦ ଭାଟି, ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Salia Sahi | Major Excise Department Raid in Salia Sahi | Odisha Crime News | Argus News