ହାୱଡା ନାଲପୁର ନିକଟରେ ସାଲିମାର ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ
·1 year ago

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା । ହାୱଡା ନାଲପୁର ନିକଟରେ ସାଲିମାର ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ ନମ୍ବର ହେଉଛି ୨୨୮୫୦ । ଆଜି ଭୋର ୫ଟା ୪୫ ମିନିଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ କରୁଛି ରେଳ ବିଭାଗ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: