Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତରେ ଲାଗିଛି ସାଲାଇନ୍ ! ତଥାପି ଡାକ୍ତର କରୁଛନ୍ତି ରୋଗୀ ସେବା

Odisha

ହାତରେ ଲାଗିଛି ସାଲାଇନ୍ ! ତଥାପି ଡାକ୍ତର କରୁଛନ୍ତି ରୋଗୀ ସେବା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ହାତରେ ଲାଗିଛି ସାଲାଇନ୍ ! ତଥାପି ଡାକ୍ତର କରୁଛନ୍ତି ରୋଗୀ ସେବା

ଅର୍ଗସ ବ୍ୟୁରୋ: ଏଭଳି ଡାକ୍ତରଙ୍କୁ ଶହେ ସଲାମ । ନିଜ ଦେହରେ ଲାଗିଥିଲା ସାଲାଇନ୍‌ । ତଥାପି ସେ କରୁଥିଲେ ରୋଗୀ ସେବା । ରୋଗୀଙ୍କ କଥା ମନ ଦେଇ ଶୁଣୁଥିଲେ, ପୁଣି ତାଙ୍କୁ ବୁଝାଉଥିଲେ । ଆଉ ଔଷଧ ବି ଲେଖୁଥିଲେ । ଏମିତି ଜଣକ ପରେ ଜଣେ ରୋଗୀ ଆସୁଥାନ୍ତି ଆଉ ଡାକ୍ତରଙ୍କୁ ନିଜ ସମସ୍ୟା କହୁଥାନ୍ତି । ଡାକ୍ତର ବାବୁ ସମସ୍ତଙ୍କ ସମସ୍ୟା ଶୁଣି ସବୁର ଉପଚାର ମଧ୍ୟ ଦେଉଥାନ୍ତି ।


ହେଲେ ଏହାରି ଭିତରେ ଡାକ୍ତରବାବୁ ସାଉଁଟି ନେଇଥିଲେ ଅନେକ ଭଲ ପାଇବା ଆଉ ଅଶୀର୍ବାଦ । ଡାକ୍ତର ବାବୁଙ୍କ ଏଭଳି ଉଦାରତା ଦେଖି ରୋଗୀଙ୍କ ଆଖିରେ ବି ଆସୁଥିଲା ଲୁହ । ସମସ୍ତେ ଡାକ୍ତରବାବୁଙ୍କୁ ଦେଉଥିଲେ ଧନ୍ୟବାଦ । ଆଉ ବୟସ୍କମାନେ କରୁଥିଲେ ଆର୍ଶୀବାଦ ।

ଡାକ୍ତରଙ୍କ ଦେହ ଖରାପ ଥିଲା । ତେଣୁ ତାଙ୍କ ଦେହରେ ସାଲାଇନ୍‌ ଲାଗିଥିଲା । ହେଲେ ଅସୁସ୍ଥତା ସତ୍ତ୍ୱେ ବି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି। ଏଭଳି ନିଷ୍ଠା ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର ।

ଏହି ଡାକ୍ତରଖାନାରେ ସେ ଜଣେ ମାତ୍ର ଡାକ୍ତର ନିଯୁକ୍ତ ଥିବାରୁ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେଇପାରି ନଥିଲେ। ଓପିଡିରେ ରୋଗୀ ଅପେକ୍ଷା କରିଥିବା ଶୁଣିବା ପରେ ନିଜ ଶରୀରରେ ସାଲାଇନ୍ ଲାଗିଥିବା ଅବସ୍ଥାରେ ଆସି ରୋଗୀ ଦେଖିଥିଲେ । ଗଳା ସଂକ୍ରମଣ ଜନିତ ଗୁରୁତର ଅସୁସ୍ଥତା କାରଣରୁ ଗତ ଦୁଇ ଦିନ ହେଲା ଡାକ୍ତର କର କ୍ୱାର୍ଟର୍ସରେ ରହି ଚିକିତ୍ସିତ ହେଉଥିଲେ । ଗଳା ଖରାପ ଥିବାରୁ ଭଲରେ କଥା ବି ହୋଇପାରୁ ନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ଆଜି ୫୦ରୁ ୬୦ ଜଣ ରୋଗୀ ଆସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓପିଡିରେ ଲାଇନ୍ ବାନ୍ଧି ଅପେକ୍ଷା କରିଥିଲେ। ରୋଗୀ ଭିଡ଼ ଥିବା ଖବର ଶୁଣି ଡାକ୍ତର କର କାହାକୁ ନିରାଶ ନକରି ନିଜ ଦେହରେ ସାଲାଇନ୍ ଲାଗିଥିବା ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସମସ୍ତଙ୍କ ଚିକିତ୍ସା କରି ଔଷଧ ଯୋଗାଇଥିଲେ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟୁଛି ।

Sponsored
Saline in hand! Still the doctor is providing patient care | Argus News