ନୂଆ ସରକାରରେ ସମଲେଇ ପ୍ରକଳ୍ପ ଫେଜ ୨ କାମ ଆରମ୍ଭ

ସମଲେଇ ପ୍ରକଳ୍ପ ଫେଜ ୨ ପ୍ରକଳ୍ପ ଆରମ୍ଭ । ରାଜ୍ୟରେ ନୂଆ ସରକାର ଆସିବା ପରେ ଫେଜ ୨ କାମ କୁ ତ୍ବରାନ୍ବୀତ କରାଯାଇଛି । ତତ୍କାଳୀନ ସରକାର ଯୋଜନାରେ ନଥିବା ପ୍ରକଳ୍ପ ଗୁଡିକ ପାଇଁ ନୂଆ ସରକାର ଡିପିଆର ପ୍ରସ୍ତୁତ କରି ନିର୍ମାଣ କାମ ଆରମ୍ଭ କରିଛନ୍ତି । ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ମାଁ ସମଲେଇ ଙ୍କୁ ଦର୍ଶନ ପରେ ଫେଜ ୨ ରେ ନିର୍ମାଣ କାମ ବୁଲି ଦେଖିଛନ୍ତି । ଏଥିସହ ଜିଲ୍ଲାପାଲ ସହ ଆଲୋଚନା କରି ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଫେଜ ୨ରେ ପର୍ଯ୍ୟଟକ ଙ୍କ ପାଇଁ ରହିଛି ଅତ୍ୟାଧୁନିକ ରହଣୀ ବ୍ୟଵସ୍ଥା । କଲ୍ୟାଣ ମଣ୍ତପ, ପୋଖରୀରେ ଲେଜର ସୋ, ଫୁଡ କୋଟ, ସଂଗ୍ରାହଳୟ ଆଦି ଅଧ୍ୟାଧୁନିକ ଭାବେ ନିର୍ମାଣ ହେବ । ଫେଜ ୨ ଆରମ୍ଭ ପାଇଁ ନୂଆ ସରକାର ଆସିବାର କେଇ ମାସ ଭିତରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଲେଇ ପ୍ରକଳ୍ପ ବୁଲିଦେଖିଥିଲେ । ନିକଟରେ ଅପ୍ରେଲ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲାପ୍ରଶାସନ ଓ ପୂର୍ତ୍ତ ମନ୍ତ୍ରୀ ଏବଂ ପଂଚାୟତୀରାଜ ମନ୍ତ୍ରୀ ଏଥିପାଇ ସମୀକ୍ଷା ବୈଠକ କରିଥିଲେ।
ସମଲେଇ ପ୍ରକଳ୍ପ ଫେଜ ୨ ର ନିର୍ମାଣ ସମୀକ୍ଷା କରିବା ସହ ୨୦୨୬ ଫେବୃଆରୀ ସୁଦ୍ଧା ନିର୍ମାଣ କାମ ଶେଷ ହେବ ବୋଲି ପୁର୍ତ୍ତ ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନ କହିଛନ୍ତି । ପୂର୍ବ ସରକାର ସମଲେଇ ଯୋଜନାରେ ଅନେକ ପ୍ରକଳ୍ପ କରିନଥିଲା । ନୂଆ ସରକାର ଏହାକୁ ତର୍ଜମା କରି ପର୍ଯ୍ୟଟକଙ୍କ ହିତ ପାଇ ଫେଜ ୨ ପ୍ରକଳ୍ପ ଆରମ୍ଭ କରିଛନ୍ତି ।।