Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅର୍ଗସ ବୁମ୍‌ ଦେଖି ଧାଇଁଲେ ବବି

Odisha

ଅର୍ଗସ ବୁମ୍‌ ଦେଖି ଧାଇଁଲେ ବବି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଅର୍ଗସ ବୁମ୍‌ ଦେଖି ଧାଇଁଲେ ବବି

Key Points

  • ଅର୍ଗସ ବୁମ୍‌ ଦେଖି ଧାଇଁଲେ ବବି
  • ପ୍ରଶ୍ନର ଉତ୍ତର ନଥିବାରୁ ପଳାୟନପନ୍ଥୀ ବିଜେଡି ନେତା
  • ମଂଚ ଉପରେ କେବଳ କଥା କହିବେ, କାମ ବେଳକୁ...

ଅର୍ଗସ ବ୍ୟୁରୋ : ଅର୍ଗସ ବୁମ୍‌ ଦେଖି କେମିତି ଧାଇଁଲେ ବବି ବାବୁ ? ମଂଚ ଉପରେ ଏତେ କଥା କହିଲେ ହେଲେ ମଂଚ ତଳକୁ ଓହ୍ଲାଇଲା ମାତ୍ରେ ଉତ୍ତର ନଦେଇ ପଳାଇଲେ । କିନ୍ତୁ ଗଣମାଧ୍ୟମ ଉପରେ ଏମିତି ଖପ୍ପା ହେବାର କାରଣ କଣ ? କାହିଁକି ବୁମ୍‌ ଦେଖିଲେ ରାଗି ପଂଚମ ହେଉଛନ୍ତି ବବି ବାବୁ ? କିଛି ଏମିତି ପ୍ରଶ୍ନ ଏବେ ସମ୍ବଲପୁରବାସୀଙ୍କ ମନରେ ଉଙ୍କି ମାରୁଛି ।  ହେଲେ ଉତ୍ତର ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ବବି ବାବୁ । 

ମଞ୍ଚ ଉପରେ ବଡ଼ବଡ଼ କଥା । ଆଉ ମଞ୍ଚତଳକୁ ଆସିବା ପରେ ଲୋକଙ୍କ ସମସ୍ୟା କଥା ପଚାରିଲେ ବାହାନା ଦେଖାଇ ଖସି ପଳାଇବାକୁ ଉଦ୍ୟମ କରୁଛନ୍ତି ବିଜେଡିର ତୁଙ୍ଗନେତା। ସମ୍ବଲପୁରରେ ନିର୍ବାଚନୀ ସଭାରେ ଚାଉଳ କିଣିବା ପ୍ରସଙ୍ଗରେ କେନ୍ଦ୍ରକୁ ଦାୟୀ କରି ଭାଷଣ ମାରିଥିଲେ ସମ୍ବଲପୁରରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ହେଲେ ଲୋକଙ୍କୁ ଭେଟୁଥିବା ବେଳେ ସାମ୍ବାଦିକମାନେ ଯେବେ ମଣ଼୍ଡିକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ବବି ବାବୁ କେମିତି ପଳାଉଥିଲେ ସେ ଦୃଶ୍ୟ ବି ଆପଣମାନେ ଦେଖନ୍ତୁ । ଖାଲି ପଳାଇଥିଲେ ତାହା ନୁହେଁ ବରଂ ସାମ୍ବାଦିକଙ୍କୁ ପଢାଇଥିଲେ ଭଦ୍ରାମୀର ପାଠ । ଖାଲି ସେତିକି ନୁହେଁ ତାଙ୍କୁ ଧାନ ମଣ୍ଡି ସମସ୍ୟା କଥା ପଚାରିଲେ ଉତ୍ତର ଦେଉଛନ୍ତି କେନ୍ଦ୍ର ଚାଉଳ କିଣିଲାନି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସମ୍ବଲପୁରକୁ ମହାନଗର ନିଗମ ଘୋଷଣା ହେବାର ୧୦ ବର୍ଷ ବିତିଗଲାଣି କିନ୍ତୁ ଏବେ ବି ନିର୍ବାଚନ କରିବାକୁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଖାଲି ପଦକ୍ଷେପ ନେଲେନି ତାହା ନୁହେଁ ବରଂ ଅନ୍ୟ ଉପରେ ଦୋଷ ଦେଇ ନିଜ ହାତରୁ ଦୋଷ ଖସାଇବାକୁ ଉଦ୍ୟମ କଲେ ରାଜ୍ୟ ସରକାର । ସମ୍ବଲପୁରରେ ଧାନମଣ୍ଡି ଓ କଟନୀଛଟନୀ କେମିତି ହୁଏ ସେକଥା କାହାକୁ ବି ଅଛପା ନାହିଁ । କିନ୍ତୁ ଏହା ପରେ ବି ବିଜେଡିର ପ୍ରାର୍ଥୀ ଯେମିତି ଉତ୍ତର ନଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସମ୍ବଲପୁରକୁ ନେଇ ବିଜେଡି ଚିନ୍ତାରେ ଅଛି । କାରଣ ଜଣଙ୍କ ପରେ ଜଣେ ନେତା ବିଜୁ ଜନତା ଦଳକୁ ଛାଡୁଛନ୍ତି । ପ୍ରଥମେ ରାସେଶ୍ଵର ପରେ ରୁନୁ...ସବୁ ବିଜେଡି ନେତା ଦଳ ଛାଡିଲେଣି । ତେଣୁ ଏମିତି ସମୟରେ ବବି ଏମିତି ଗଣମାଧ୍ୟମ ଉପରେ ବର୍ଷିଥିବାରୁ ଚର୍ଚ୍ଚା ଆହୁରି ବଢିଛି ।
 

Sponsored
Bobby das | Argus News