Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରକୁ ନେଇ ଟେନସନ୍‌ରେ ବବି, ବିରୋଧ ପରେ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସମ୍ବଲପୁରକୁ ନେଇ ଟେନସନ୍‌ରେ ବବି, ବିରୋଧ ପରେ...

Key Points

  • ସମ୍ବଲପୁରକୁ ନେଇ ଟେନସନ୍‌ରେ ବବି
  • ଅସନ୍ତୋଷ ଚରମସୀମାରେ, ଜିତିବା ମୁସ୍କିଲ
  • ଏମିତି ସ୍ଥିତିରେ ବବି କରିବେ କଣ ?
     

ଅର୍ଗସ ବ୍ୟୁରୋ : ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଅର୍ଥାତ୍‌ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଗସ୍ତରେ ଥିଲେ । ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବରବାର ଗସ୍ତ କରୁଛନ୍ତି ବବି ବାବୁ । ବବି ପହଞ୍ଚିବା ପରେ ଲୋକେ ବି ସ୍ଵାଗତ ସମ୍ବର୍ଦ୍ଧନା ଦେଉଛନ୍ତି । ହେଲେ ବିଚ୍‌ ରାସ୍ତାରେ ବବିଙ୍କୁ ଖୋଦ୍‌ ବିଜେଡିକର୍ମୀ ଏମିତି ହିନସ୍ତା କଲେ ଯେ ସେ କେମିତି ଜାଗା ଛାଡି ପଳାଇ ଯିବେ ସେଇ ବାଟ ବାଛିନେଲେ । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ସମ୍ବଲପୁରରେ ବିଜେଡି ଗୋଷ୍ଠୀ କନ୍ଦଳ ଏବେ ବବିଙ୍କ ପାଇଁ ମୁଣ୍ତ ବିନ୍ଧାର କାରଣ ପାଲଟିଲାଣି । କାରଣ ସମ୍ବଲପୁର ସହ ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳିରେ ଏବେ ଚରମସୀମାରେ ପହଞ୍ଚିଲାଣି ଗୋଷ୍ଠୀ କନ୍ଦଳ । ସମ୍ବଲପୁର ବିଧାନସଭା ପାଇଁ ପୂର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀ, ଜିଲ୍ଲା-ସଭାପତି ରୋହିତ ପୁଜାରୀ ଓ ପୂର୍ବତନ ଜିଲ୍ଲା-ସଭାପତି ସିଦ୍ଧାର୍ଥ ଦାସ ଆଶାୟୀ ରହିଛନ୍ତି । ତେବେ ସବୁ ଆଶାୟୀଙ୍କ କର୍ମୀ ସିଧାସଳଖ କହିଛନ୍ତି ଆମ ନେତାଙ୍କୁ ଟିକଟ ନମିଳିଲେ ଆମେ ଭୋଟ୍‌ ବର୍ଜନ କରିବୁ ।  କଥା ହେଲା, ବବି ଏଥର ସମ୍ବଲପୁରରେ ନୂଆ...ତେଣୁ ପ୍ରତିଟି ବିଧାନସଭା ମଣ୍ଡଳିର ନିର୍ବାଚନ ତାଙ୍କୁ ଉପରେ ବଡ଼ ପ୍ରଭାବ ପକାଇବ । କିନ୍ତୁ ଏବେଠୁ କର୍ମୀମାନେ ଯେମିତି ଖୋଲାଖୋଲି ବିରୋଧ କଲେଣି ତାହାକୁ ନେଇ ଚିନ୍ତାରେ ବବି ।

ବିଜେଡି ପାଇଁ ଏଥର ସମ୍ବଲପୁର ଟେନସନ । ପୁରୁଖା କି ପୁରୁଣା ନେତା ନୁହେଁ ବରଂ ଆମଦାନୀ ନେତାଙ୍କ ଉପରେ ଭରସା କରିଛି ବିଜେଡି । ବିଧାନସଭା ଛାଡି ପ୍ରଥମଥର ଲୋକସଭା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବବି । କିନ୍ତୁ ପୂରା ଜିଲ୍ଲାରେ ଯେମିତି ଭାବରେ ଏବେ କେଁ ଦେଖାଗଲାଣି ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡି ପାଇଁ ସମ୍ବଲପୁର ଜିତିବା ସହଜ ନୁହେଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନେଥିବ ନିଶ୍ଚୟ, ପୂର୍ବରୁ ସମ୍ବଲପୁର ଗସ୍ତରେ ଯେତେବେଳେ ବବି ଯାଇଥିଲେ ସେତେବେଳେ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ଏବେ ପୁଣି ଥରେ ସମାନ ସ୍ଥିତି ବବିଙ୍କ ସାମ୍ନାରେ ଉଭା ହେଲେଣି । ଏମିତି ସ୍ଥିତିରେ ଦଳ କେମିତି ଜିତିବ ତାହାକୁ ଅପେକ୍ଷା ରହିଛି ।
 

Sponsored
Sambalpur BJD Lok Sabha Candidate Bobby Das | Argus News