Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବବିଙ୍କୁ ପାଇଁ ଚିନ୍ତା ବଢାଇଲାଣି ସମ୍ବଲପୁର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବବିଙ୍କୁ ପାଇଁ ଚିନ୍ତା ବଢାଇଲାଣି ସମ୍ବଲପୁର

Key Points

  • ବବିଙ୍କ ରାଜନୈତିକ କ୍ୟାରିଅର ଶେଷ କରିବାକୁ ବିଜେଡି କରୁଛି ମାଷ୍ଟର ପ୍ଲାନ୍ ?
  • କଳ୍ପତରଙ୍କ ଅବସ୍ଥା ଭୋଗିପାରନ୍ତି ବବି ?
  • ଇଣ୍ଟରଭ୍ୟୁ ଡିଲିଟ୍‌ ହେବା ପରଠୁ ବଢିଛି ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ବିଜେଡିରେ ବବିଙ୍କ ଅବସ୍ଥା ଏବେ ସାଙ୍ଘାତିକ । ଦଳ ତାଙ୍କୁ ଧୀରେ ଧୀରେ କୁଆଡ଼େ ଦୂରେଇ ଦେଉଛି । ଯିଏ ଦିନେ ପାୱାର କରିଡରରେ ଚକ୍କର କାଟୁଥିଲେ ଆଜି ସିଏ ଦଳ ଲାଗି ପ୍ରାୟତଃ ଅଲୋଡା ହୋଇଗଲେଣି । ଏମିତିକି ପୂର୍ବତନ ନେତା କଳ୍ପତରୁଙ୍କ ପରି ତାଙ୍କ ଅବସ୍ଥା ହୋଇପାରେ ବୋଲି ଲୋକେ ଟୁପୁରୁଟାପୁରୁ ହେଲେଣି । ବବିଙ୍କ ରାଜନୀତିକ କ୍ୟାରିୟରକୁ ଶେଷ କରିବା ପାଇଁ ବିଜେଡି ବଡ଼ ଷଡ଼ଯନ୍ତ୍ର କରିଛି କି ? କିଛି ଏମିତି ପ୍ରଶ୍ନ ସେତେବେଳେ ଉଙ୍କି ମାରିଲା ଯେତେବେଳେ ବବିଙ୍କର ସାକ୍ଷାତକାର ଡିଲିଟ ହେଲା, ଏହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା ।

ବିଜେଡି ପକ୍ଷରୁ ବବି ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଂଚଳର ସାର୍ଟ ପିନ୍ଧିବାଠୁ ଆରମ୍ଭ କରି ଲୋକାଲ ପର୍ବପର୍ବାଣୀରେ ନିଜକୁ ସାମିଲ କରୁଛନ୍ତି । ହେଲେ ବବିଙ୍କ ଏକ ଅଧଘଣ୍ଟିଆ ସାକ୍ଷାତକାର କାର୍ଯ୍ୟକ୍ରମକୁ  ବିଜେଡି ପ୍ରାୟୋଜିତ ଏକ ଟିଭି ଚ୍ୟାନେଲ ପ୍ରସାରିତ କରିଥିଲା ।  ଗତ ତିନିଦିନ ତଳେ ଅର୍ଥାତ୍ ମେ’ ୧୪ତାରିଖ ରାତି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ବବିଙ୍କ ଏହି ସାକ୍ଷାତକାର ସମ୍ପୃକ୍ତ ଟିଭି ଚ୍ୟାନେଲରେ ପ୍ରସାରଣ ହେବା ସହ ଚ୍ୟାନେଲର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ତାହା ଅପଲୋଡ୍ ହୋଇଥିଲା । ମାତ୍ର ଅଚାନକ ବବିଙ୍କ ଏହି ସାକ୍ଷାତକାରକୁ ଚ୍ୟାନେଲ ନିଜର ଉଭୟ ୟୁଟ୍ୟୁବ୍ ଓ ଫେସବୁକରୁ ହଟାଇ ଦିଆଯାଇଥିଲା । କିନ୍ତୁ କାହା ନିର୍ଦ୍ଦେଶରେ ହଟାଗଲା ? ସେନେଇ କୌଣସି ସୂଚନା ନାହିଁ ।

ଅଭିଯୋଗ ଅନୁସାରେ, କେନ୍ଦ୍ରୀୟ ଏନଫୋର୍ସମେଂଟ ଏଜେନ୍ସୀ ଗତ ୧୩ତାରିଖରେ ବବିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କଠୁ ପ୍ରାୟ ୫କୋଟି ଟଙ୍କା ଜବତ କରିଛି । ଆଉ ସେ ଟଙ୍କା କାଳେ ଡଙ୍କାରୀ ପାହାଡ଼ର ପଥର ବିକ୍ରିର ବୋଲି କୁହାଯାଉଛି । ସେଇଥି ଲାଗି ତ ଟଙ୍କା କେଉଁଠୁ ଆସିଲା ସେନେଇ କିଛି କହିପାରୁନାହାନ୍ତି ବବିଙ୍କ ଡ୍ରାଇଭର ଓ ପିଏସଓ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବବିଙ୍କ ବ୍ୟକ୍ତିଗତ କର୍ମଚାରୀ ତଥା ଏବେ ଖାସ୍ ଅନୁଗତ ପ୍ରକାଶ ମହାନ୍ତି ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୫ଟି କମ୍ପାନୀର ମାଲିକ କେମିତି ହେଲେ ? କମ୍ପାନୀ ଖୋଲିବା ପାଇଁ ଆବଶ୍ୟକ ମୂଳ ପାଣ୍ଠି କେଉଁଠୁ ଆଣିଲେ ? ଏ ସବୁର ଖୋଳତାଡ ବି ହେଉଛି । ଯେହେତୁ ଇଡି ଓ ଆଇଟି ଟିମ୍‌ର ସ୍କାନରେ ବବି ରହିଲେଣି ତେଣୁ ଦଳ ତାଙ୍କୁ ସୁରକ୍ଷା ଦେଇ ଟେନସନ ନେବାକୁ ଆଦୌ ଚାହୁଁନି । ତେଣୁ ବବିଙ୍କୁ ଗୋଟିଏ ପ୍ରକାର ଅନଔପଚାରିକା ଦୂରେଇ ରଖିବାକୁ ଦଳ ହ୍ଵିପ ଜାରିକରିଛି । ସେଇଥି ଲାଗି ବବିଙ୍କ ଇଣ୍ଟରଭ୍ୟୁ ଡିଲିଟ କରାଯାଇଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୧୪ ନିର୍ବାଚନରେ କଳ୍ପତରୁ ଦାସଙ୍କ ସହ ଦଳ ଯେମିତି କରିଥିଲା ବବିଙ୍କ ସହ ବି ସମାନ ଫର୍ମୁଲା ଆପ୍ଲାଏ କରିବ ବୋଲି ଚର୍ଚ୍ଚା ଜୋର । ଏବେ ବବି ଓ ତାଙ୍କ ସହଯୋଗୀଙ୍କ ଆର୍ଥିକ କାରବାରକୁ ନେଇ କେନ୍ଦ୍ରୀୟ ଏଜେନ୍ସୀ ଯେଭଳି ଖୋଳତାଡ଼ ଆରମ୍ଭ କରିଛି ତାହା ବିଜେଡିକୁ ଅଡ଼ୁଆରେ ପକାଇଛି । ଆଉ ଦଳ ନିଜର ସୁରକ୍ଷା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପରେପରେ ବବିଙ୍କୁ ବଳି ପକାଇବାକୁ ଯୋଜନା କରାଯାଉଥିବା ଚର୍ଚ୍ଚା ଜୋର ।

କଥା ହେଲା, ବବିଙ୍କୁ ସମ୍ବଲପୁର ଲୋକସଭା ଆସନରୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇ ବିଜେଡି ଆରମ୍ଭରୁ ହିଁ ତାଙ୍କର ରାଜନୀତିକ କ୍ୟାରିୟରରେ କଳାଦାଗ ଲଗାଇବାର ମାର୍ଗକୁ ପ୍ରଶସ୍ତ କରିସାରିଛି । ଆଉ ଏତିକି ବେଳେ ବିରାଡି କପଳାକୁ ଶିକା ଛିଣ୍ଡିବା ପରି ଆଇଟି ରେଡ୍‌ ହେବା ବବିଙ୍କୁ ମହଙ୍ଗା ପଡିବ ବୋଲି କୁହାଯାଉଛି ।
 

Sponsored
Sambalpur BJD MP | Argus News