Videos
|
Odisha

ନିର୍ବାଚନକୁ ନେଇ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିର୍ବାଚନକୁ ନେଇ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ

Key Points

  • ନିର୍ବାଚନକୁ ନେଇ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ
  • ବିଜେପି ସରକାର ଆସିଲେ ଚାଷୀଙ୍କୁ ମିଳିବ ବଡ଼ ଲାଭ
  • କଟନଛଟନୀ ବନ୍ଦ ନେଇ ବଡ଼ ଏଲାନ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନ, ଧର୍ମେନ୍ଦ୍ରଙ୍କ ବଡ଼ ଘୋଷଣା । ରାଜ୍ୟରେ ବିଜେପି ସରକାର ଆସିଲେ ଚାଷୀଙ୍କୁ ମିଳିବ ବଡ଼ ଲାଭ । ଖାଲି ଚାଷୀ ନୁହନ୍ତି ବରଂ ପ୍ରତି ମହିଳାଙ୍କୁ ମିଳିବ ମାସକୁ ଏକ ହଜାର ଟଙ୍କାର ଭତ୍ତା । ଏଥିସହ ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣାଯିବ । ଦେବଗଡ଼ରେ ଚାଲିଥିବା ନିର୍ବାଚନୀ ସଭାରେ ଏମିତି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।

୨୪ ନିର୍ବାଚନ ଏକପାଖିଆ ହେବା ନେଇ ଆକଳନ । କାରଣ ରାଜ୍ୟରେ ଯେମିତି ଭାବରେ ମୋଦିଙ୍କ ଲୋକପ୍ରିୟତା ବଢୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଅବକୀ ବାର ଓଡ଼ିଶା ମେ ଭାଜପା ସରକାର । କାରଣ ଜନମତ ସର୍ଭେ କହୁଛି, ଏଥର ଓଡ଼ିଶାରେ ଆସୁଛି ମୋଦି ସୁନାମୀ । ଗ୍ରାଉଣ୍ଡରେ ବି ମୋଦିଙ୍କ ପ୍ରତି ଦେଖିବାକୁ ମିଳୁଛି ବଡ଼ ସମର୍ଥନ। ଓଡ଼ିଶାର ବିଜେପି ରେକର୍ଡ ଲୋକସଭା ଆସନ ଜିତିବା ନେଇ ସବୁ ଓପିନିଅନ ପୋଲ କରିଛନ୍ତି ଆକଳନ ।  

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପଡୋଶୀ ଛତିଶଗଡ଼ରେ ସମାନ ଭାବେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଧାନ ପାଇଁ ୩୧ ଶହ ଟଙ୍କାର ଗ୍ୟାରେଣ୍ଟି ଏବଂ ମହିଳାଙ୍କ ପାଇଁ ମାସିକ ହଜାରେ ଟଙ୍କାର ଭତ୍ତା ଘୋଷଣା କରିଥିଲା । ଯାହାର ଫଳ ସ୍ବରୂପ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଛତିଶଗଡ଼ରେ ବିଜେପି ହାସଲ କରିଥିଲା ବମ୍ପର ଭିକ୍ଟ୍ରି। ଓଡ଼ିଶାରେ ବି ଏବେ ସେହି ରଣନୀତି ଆପଣାଇଛି ବିଜେପି। ରାଜ୍ୟରେ ବିଜେଡିର ବଡ଼ ଭୋଟ୍ ବ୍ୟାଙ୍କ ହେଉଛନ୍ତି ମହିଳା।

ଏହି ଦୁଇ ଗ୍ୟାରେଣ୍ଟି ବଳରେ ଯଦି ବିଜେପି ମହିଳା ଓ ଚାଷୀ ଭୋଟ୍ କୁ ନିଜ ସପକ୍ଷରେ କରିନିଏ ତାହାରେ ଓଡ଼ିଶାର24 ବର୍ଷର ସତ୍ତା ପରିବର୍ତ୍ତନ ସହଜ ହୋଇପାରିବ। ଏଥିସହ ପୂର୍ବରୁ ବିଜେଡି ସରକାର ମୋଦି ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ଭୋଟ୍ ନେଇଯାଉଥିଲେ। ଚାଉଳ, ପକ୍କାଘର, ପାଇଖାନା ସବୁ ଦେଉଥିଲେ ମୋହି ସରକାର କିନ୍ତୁ ନବୀନ ସରକାର ସବୁ କେନ୍ଦ୍ର ଯୋଜନାକୁ ନିଜସ୍ବ ଯୋଜନା କରି ହାଇଜାକ୍ କରିନେଉଥିଲେ। କିନ୍ତୁ ଏବେ ସତ ରାଜ୍ୟ ବାସୀଙ୍କ ସମ୍ମାନକୁ ଆଣିବାରେ ସଫଳ ହୋଇଛି ବିଜେପି। ଆଉ ଏହି ଆଧାରରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ  ବିଜେପି କରିଛି ବଡ଼ ଷ୍ଟ୍ରୋଟେଜୀ ।  ମୋଟ୍‌ ଉପରେ ରାଜ୍ୟରେ ବିଜେପି କେମିତି ସରକାର କରିବ ସେନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ହେଲେ ଗତକାଲି ଦେବଗଡରେ ଧର୍ମେନ୍ଦ୍ର ଯେମିତି ମାଷ୍ଟର ଷ୍ଟ୍ରୋକ ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Dharmendra Pradhan | Argus News