Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ରାଜ୍ୟ, ପରିକ୍ରମା ପାଇଁ ଧର୍ମେନ୍ଦ୍ର ଦେଇଥିଲେ ଦରମା

Odisha

ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ରାଜ୍ୟ, ପରିକ୍ରମା ପାଇଁ ଧର୍ମେନ୍ଦ୍ର ଦେଇଥିଲେ ଦରମା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ରାଜ୍ୟ, ପରିକ୍ରମା ପାଇଁ ଧର୍ମେନ୍ଦ୍ର ଦେଇଥିଲେ ଦରମା

Key Points

  • ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ରାଜ୍ୟ, ପରିକ୍ରମା ପାଇଁ ଧର୍ମେନ୍ଦ୍ର ଦେଇଥିଲେ ଦରମା
  • ୨୦୨୦ ରଥଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର କରିଥିଲା କିଏ ?
  • ସୁକସାରୀ ମନ୍ଦିରର ଦେବୀ ପ୍ରତିମା ଗଲା କୁଆଡ଼େ ?

ଅର୍ଗସ ବ୍ୟୁରୋ: ଓଡ଼ିଆଙ୍କ ଅସ୍ମିତା କଥା କୁହନ୍ତି, ଜଗନ୍ନାଥ ମନ୍ଦିରର ବିକାଶ କଥା ଚିନ୍ତା କରନ୍ତି । ମୂର୍ତ୍ତି ଚୋରି ହେଲେ ଫେରାଇ ଆଣିବାର ସତ୍‌ସାହସ ରଖନ୍ତି । ଯେଉଁ ମୁହୂର୍ତ୍ତରେ ଓଡ଼ିଆ କିମ୍ବା ଓଡ଼ିଶା ପ୍ରତି କିଏ ଆଙ୍ଗୁଳି ଦେଖାଏ ସେତେବେଳେ ସାହାଯ୍ୟର ହାତ ବଢାନ୍ତି ଧର୍ମେନ୍ଦ୍ର । ହେଲେ ଏ ରାଜ୍ୟ ସରକାର କେବଳ ମିଛ ପ୍ରହସନ ସହ ଅପନିନ୍ଦା କରିବାରେ ବ୍ୟସ୍ତ । ଜଗନ୍ନାଥ ମନ୍ଦିର ହେଉ କି ଲିଙ୍ଗରାଜ ମନ୍ଦିର...କି ଯାଜପୁରରୁ ମାଆ କୋଟ୍ରାକ୍ଷୀ ଦେବୀଙ୍କ ପ୍ରତିମୂର୍ତ୍ତି ଉଦ୍ଧାର...ପ୍ରତି କାମରେ ଧର୍ମେନ୍ଦ୍ରଙ୍କ ଭୂମିକା ଅତୁଳନୀୟ । ଏହାପରେ ବି ବିଜେଡି ସରକାରଙ୍କ ନେତା ପ୍ରଶ୍ନ କରୁଛନ୍ତି ସିଏ କଣ କରିଛନ୍ତି ?

ପୁରୀରେ ତ୍ରୟୋଦଶ ଶତାଦ୍ଦୀର ସିଂହକୁ ଅଳିଆଗଦାରେ ପକାଇବାରୁ ନେଇ ଲିଙ୍ଗରାଜ ମନ୍ଦିରର ସପ୍ତମ ଶତାଦ୍ଦୀର ଶୁକସାରୀ ମନ୍ଦିରର ଦେବୀ ପ୍ରତିମା ଏବେ କେଉଁଠି ଅଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଖାଲି ଏତିକି ନୁହେଁ ବରଂ ଯାଜପୁର ପାରଭାଡିର ପୁରାତନ ବୌଦ୍ଦ କୀର୍ତ୍ତିରାଜି   କିଏ ନଷ୍ଟକଲା ? ସେ ପ୍ରଶ୍ନର ଉତ୍ତର ଦେବାକୁ ନବୀନ ବାବୁଙ୍କୁ କରିଛନ୍ତି ଅନୁରୋଧ ।

ବିଜେଡି ସରକାର ପାଇଁ ବିପଦରେ ରାଜ୍ୟ ଭାଷା, ସଂସ୍କୃତି ଓ ପରମ୍ପରା । କେବଳ ଦେଖାଇହେବା ଲାଗି ଓଡ଼ିଆଙ୍କ କଥା କହୁଛନ୍ତି କିନ୍ତୁ ପରମ୍ପରାକୁ ଜଳାଞ୍ଜଳି ଦେଉଛନ୍ତି ।  ୨୦୨୦ରେ ରଥଯାତ୍ରା ବନ୍ଦ ପାଇଁ ଷଡଯନ୍ତ୍ର ହେଉ କି ଖୋର୍ଦ୍ଧାର ବରୁଣେଇରେ ପାଇକ ସ୍ମାରକୀ ପାଇଁ ଜମି ହେଉ...ଲିଙ୍ଗରାଜ ମନ୍ଦିର ମୂର୍ତ୍ତି ହେଉ କି ଯାଜପୁରର ଦେବୀ ମୂର୍ତ୍ତି ହେଉ...ଆଦୌ ସମ୍ବେଦନଶୀଳ ନୁହେଁ ବିଜେଡି ସରାକର । ଓଡିଆଙ୍କ ସ୍ଵାଭିମାନକୁ ନଷ୍ଟ  କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଖାଲି ଏତିକି ନୁହେଁ ବରଂ ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଓଡିଶା 2036ରେ 100 ବର୍ଷ ପୂର୍ତ୍ତି ପାଳନ କରିବ.. ତେବେ ସେତେବେଳେ ଓଡିଆ ପିଲାର ସ୍ବାସ୍ଥ୍ୟ, ମିହଳାଙ୍କ ସୁରକ୍ଷା, କାମ ନପାଇ ବାହାର ରାଜ୍ୟକୁ ଯାଉଥିବା ଯୁବକର ବ୍ୟଥାକୁ ବି ଓଡିଆ ଅସ୍ମିତା ସହ ଯୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ରାଜ୍ୟର ଅସ୍ମିତାକୁ ନେଇ ସରକାର ଯେବେ ସମ୍ବେଦନଶୀଳ ହେଉନାହାନ୍ତି ସେତେବେଳେ ରାଜ୍ୟକୁ ବଂଚାଇବାକୁ ଅଂଟା ଭିଡିଛନ୍ତି ଧର୍ମେନ୍ଦ୍ର । କେବଳ ଅଂଟା ଭିଡିଛନ୍ତି ତାହା ନୁହେଁ ବରଂ ଭାଷା, ସଂସ୍କୃତି ଲାଗି ଲଢେଇ ବି କରୁଛନ୍ତି ।
 


 

Argus Whatsapp Channel Mobile Top
Sponsored
Dharmendra Pradhan | Argus News