Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଲୋକଙ୍କ ସେବା କରିବାକୁ ଏମିତି କହିଲେ ଧର୍ମେନ୍ଦ୍ର

Odisha

ଲୋକଙ୍କ ସେବା କରିବାକୁ ଏମିତି କହିଲେ ଧର୍ମେନ୍ଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଲୋକଙ୍କ ସେବା କରିବାକୁ ଏମିତି କହିଲେ ଧର୍ମେନ୍ଦ୍ର

Key Points

  • ନିଜକୁ ଲୋକଙ୍କ ହଳିଆ କୁହନ୍ତି ଧର୍ମେନ୍ଦ୍ର
  • ହେଲେ ବବି କୁହନ୍ତି ସେ ନବୀନଙ୍କ କ୍ରୀତଦାସ
     

ଅର୍ଗସ ବ୍ୟୁରୋ: ସଭା ମଂଚରେ  ଭୋଟର ଭାଇଙ୍କୁ ସାହୁକାର କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ସାହୁକାର ନୁହେଁ ବରଂ ଲୋକଙ୍କ ସେବା କରିବାକୁ ସେ ସାନ ହଳିଆ ଆଉ ମୋଦି ବଡ ହଳିଆ ହୋଇ ରହିବେ ବୋଲି କହିଥିଲେ । ସମ୍ବଲପୁର ଲୋକସଭା ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପରେ ଗାଁରୁ ଗାଁ...ବୁଲି ଲୋକଙ୍କ ସମସ୍ୟା କଣ ରହିଯାଇଛି ସେନେଇ ତଦାରଖ କରୁଛନ୍ତି । ହେଲେ ଜଣେ କେନ୍ଦ୍ରମନ୍ତ୍ରୀ ହେବା ପରେ ବି କେମିତି ନିଜକୁ ହଳିଆ କହିବାକୁ ପଛାଇଲେନି ତାହାକୁ ନେଇ ଚର୍ଚ୍ଚା ଜୋର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧର୍ମେନ୍ଦ୍ର ପ୍ରଧାନ । ୧୦ ବର୍ଷ ହେଲା ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଅଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଥିବା ପରେ ବି, ଓଡ଼ିଶାରୁ ନିର୍ବାଚିତ ହୋଇନଥିଲେ ବି ଓଡ଼ିଆଙ୍କୁ ସେ କେତେ ମାତ୍ରାରେ ଭଲ ପାଆନ୍ତି ତାହା ଏ ଦୃଶ୍ୟ ଦେଖିବା ପରେ ବୟାନ ହେବ । କଥା ହେଲା, ନିର୍ବାଚନରେ ବିଜେଡି ନେତା ଅମକ କରିବୁ, ସମକ କରିବୁ ବୋଲି କୁହନ୍ତି । ହେଲେ କାମ କେତେ ଦୂର ହୁଏ ତାହା ଅନେକ ସମୟରେ ଆମେ ଦେଖିଛନ୍ତି । କାରଣ ପାୱାର ଲାଗି ବିଜେଡି ନେତା କେତେବେଳେ ନିଜକୁ ନବୀନଙ୍କ କ୍ରୀତଦାସ କହୁଛନ୍ତି ତ ଆଉ କେତେବେଳେ ନବୀନଙ୍କୁ ଜଗନ୍ନାଥ କୁହନ୍ତି...

କଥାରେ ଅଛି ଯାହାର ନଥିବ ଗତି ସେ କରିବ ରାଜନୀତି । ଥରେ ରାଜନୀତି ୧୪ ପୁରୁଷ ଯାଏଁ ସଂପତ୍ତି । କଥା ହେଲା ଧର୍ମେନ୍ଦ୍ର ଏବେ ଓଡ଼ିଶାରୁ ବିଜୟ ନହେବା ପରେ ବି ରାଜ୍ୟର ବିକାଶର ଗାଡି କେମିତି ଘାଏଁ ଘାଏଁ ଗଡିବ ସେନେଇ ଚିନ୍ତା କରୁଛନ୍ତି...ପ୍ରାର୍ଥୀ ହେବା ପରେ ମୋଦିଙ୍କର କାମର ତଥ୍ୟ ଦେଇ ଭୋଟ୍‌ ମାଗୁଛନ୍ତି । ହେଲେ ସେହି ସମୟରେ ବବି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାହି ଦେଇ ଭୋଟ୍‌ ଭିକ୍ଷା କରୁଛନ୍ତି । ଏଠି ପ୍ରଶ୍ନ, ୨୪ ବର୍ଷର ସ୍ଥାୟୀ ସରକାର, ସ୍ଥାୟୀ ମୁଖ୍ୟମନ୍ତ୍ରୀ । ହେଲେ ଆଜି ବି ସମ୍ବଲପୁର ପରି ସହରରେ ପିଇବା ପାଣି ସମସ୍ୟା ସାଙ୍ଘାତିକ ହେଲାଣି । ମହାନଦୀ କୂଳରେ ସହର ହେଲେ ପାଣି ଲାଗି ବ୍ୟବସ୍ଥା କିଛି ନାହିଁ ।  କେବଳ ଏତିକି ନୁହେଁ ବରଂ ରାଜ୍ୟ ସରକାର କେମିତି ମାଛକୁଣ୍ଡକୁ ରାଜସ୍ଵ ମ୍ୟାପରୁ ହଟାଇବା, ହୀରାକୁଦ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଆଦି ଅନେକ ସମସ୍ୟା କଥା କହିବା ସହ ସାଧାରଣ ଲୋକଙ୍କ ସାମ୍ନାକୁ ସବୁ ତଥ୍ୟ ଆଣୁଛନ୍ତି । ହେଲେ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଓ ପ୍ରତାରଣାରେ ବିଶ୍ଵାସ କରି କାମ କରୁଛି । ଯାହାର ଉଚିତ୍‌ ଜବାବ ଆଗାମୀ ନିର୍ବାଚନରେ ସାଧାରଣ ଜନତା ହିଁ ଦେବେ ବୋଲି କୁହାଯାଉଛି ।
 

Painting
Sponsored
Dharmendra Pradhan | Argus News