ସମ୍ବଲପୁର: ବିଜେଡି ଦୁର୍ବଳ, ବିଜେପି ଶକ୍ତିଶାଳୀ

Key Points
- ନଗେନ୍ଦ୍ରଙ୍କ ଲକ୍ଷେ ଭୋଟ୍ ଏବେ ଧର୍ମେନ୍ଦ୍ରଙ୍କ ପକେଟ୍ରେ
- ବାରମ୍ବାର ଠକିଲା ପରେ ବିଜେଡିରୁ ମୁହଁ ଫେରାଇଲେ
- ତାଙ୍କ ଭୋଟ ଏବେ ଯିବ ବିଜେପି ପାଖକୁ
ଅର୍ଗସ ବ୍ୟୁରୋ : ବିଜେପିର ଟେନସନ୍ ବଢାଇଲେଣି ନଗେନ୍ଦ୍ର । କାରଣ 14 ନିର୍ବାଚନରେ ସମ୍ବଲପୁର ଆସନରୁ ସେ ବିଜୟ ହେବା ପରେ ବି ୧୯ରେ ଦଳ ତାଙ୍କ ସହ ଲୁଚକାଳି ଖେଳ ଖେଳିଲା । ଟିକଟ ଦେଲାନି । ଏହାପରେ ବି ଦଳ ପାଇଁ ସେ କାମ କଲେ । ହେଲେ ଧୋକା ଦେବାରେ ବିଜେଡି ବ୍ୟସ୍ତ । ଏ କଥା ଆମେ ନୁହେଁ ବରଂ ବିଜେଡି ନିଜେ କରିକି ହିଁ ଦେଖାଇଛି । ସେଇଥି ଲାଗି ତ ମାଳମାଳ ବିଜେଡି ନେତା ଏବେ ପଦ୍ମ ଓ ହାତ ଶିବିରରେ । କିନ୍ତୁ ନଗେନ୍ଦ୍ରଙ୍କ ବିଜେଡି ଛାଡିବା ପରେ ତାଙ୍କ ପକେଟ୍ରେ ଥିବା ଲକ୍ଷେ ଭୋଟ୍ ଏବେ ଧର୍ମେନ୍ଦ୍ରଙ୍କ ପକେଟ୍ରେ ।
ବିଜେଡି ପାଇଁ ସହଜ ନୁହେଁ ସମ୍ବଲପୁର । ପ୍ରାର୍ଥୀ ଘୋଷଣା ଦିନଠୁ ହିଁ କେଁ ରହିଛି । କାରଣ ପ୍ରଥମ ଥର ଲାଗି ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବି ବଦଳାଇଥିଲା, ପ୍ରସନ୍ନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇଥିଲା । କଥା ଏତିକିରେ ସରିନଥିଲା । ଟିକଟ ନପାଇବାକୁ ରାଗିକି ଖପ୍ପା ଥିଲେ ପୁରୁଣା ନେତା । ପ୍ରଶ୍ନ ବି କରିଥିଲେ, ଦଳରେ ଏତେ ନେତା ଥାଉ ଥାଉ ଆମଦାନୀ ନେତାଙ୍କୁ କାହିଁକି ଟିକଟ ଦିଆଗଲା ? ହେଲେ କନ୍ଦଳ ଏତେ ମାତ୍ରାରେ ବଢିଥିଲା କି, ସ୍ଥିତି ପୂରା ଅଣାୟତ ହୋଇଥିଲା । ସେଇଥି ଲାଗି ତ, ରାସେଶ୍ଵରୀ...ରୀନା ସବୁ ତୁଙ୍ଗ ନେତା ଶଙ୍ଖର ଛାଡିଥିଲେ ହାତ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡିର ପୂର୍ବତନ ନେତା ନଗେନ୍ଦ୍ର ପ୍ରଧାନଙ୍କ ପକେଟ୍ରେ ଭୋଟ ଅଛି । ଏବେ ସେ କଂଗ୍ରେସର ପ୍ରାର୍ଥୀ । ୧୪ ନିର୍ବାଚନରେ ସେ ଲୋକସଭାରୁ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିଲେ । ୩ ଲକ୍ଷ ୬୦,୦୦୦ ଭୋଟ ପାଇ ଜିତିଥିଲେ । ହେଲେ ୨୦୧୯ ରେ କିନ୍ତୁ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ଏସନ ବି ସମାନ ଅବସ୍ଥା ହେଲା । ତେଣୁ ଶଙ୍ଖ ଛାଡି ହାତ ଧରିଥିଲେ ନଗେନ୍ଦ୍ର । ମୋଟ୍ ଉପରେ ୧୪ରେ ପାଇଥିବା ୩ ଲକ୍ଷ ଭୋଟ୍ରୁ ଲକ୍ଷେ ଭୋଟ୍ ତାଙ୍କ ହାତରେ । ତେଣୁ ସେ ଶଙ୍ଖ ଛାଡିଥିବାରୁ ଏବେ ସେ ଭୋଟ୍ ପଦ୍ମରେ ମିଶିବ । ଅର୍ଥାତ୍ ଧର୍ମେନ୍ଦ୍ରଙ୍କ ବିଜୟ ଆହୁରି ସହଜ ହେବ । ବିଶେଷ କରି ଆଠମଲ୍ଲିକରୁ ନଗେନ୍ଦ୍ର ତିନି ତିନି ଥର MLA ହୋଇଛନ୍ତି । କିନ୍ତୁ ଏହା ପରେ ବି ଦଳ ତାଙ୍କ ସହ ଯେମିତି ପାତରଅନ୍ତର କଲା ତାହାକୁ ନେଇ ଚର୍ଚ୍ଚା ଜୋର ।
📱 Get Argus News App
✨ତେବେ ରାସେଶ୍ୱରୀଙ୍କ ବିଜେଡି ଛାଡିବା, ରୀନା ତନ୍ତୀଙ୍କ ବିଜେପି ମିଶିବା ଓ ଏବେ ନଗେନ୍ଦ୍ର ପ୍ରଧାନଙ୍କ କଂଗ୍ରେସ ଟିକେଟରେ ଲଢ଼ିବାରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡିର ସମ୍ବଲପୁର ଲୋକସଭା ସପ୍ନକୁ ଆହୁରି ଦୁର୍ବଳ ତଥା ଧର୍ମେନ୍ଦ୍ରଙ୍କ ବିପୁଳ ମାର୍ଜିନରେ ଜିତିବାକୁ ଆହୁରି ସୁନିଶ୍ଚିତ କରୁଛି ।