Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Transport / ସମ୍ବଲପୁରରେ ଗଡ଼ିବ E-ବସ୍, ପ୍ରଥମ ପର୍ଯ୍ୟାୟରେ ଚାଲିବ ୨୫ଟି E-ବସ୍

Banajyotshna Ray
Browse all articles by Banajyotshna Ray
·9 months ago·1 min read
ସମ୍ବଲପୁରରେ ଗଡ଼ିବ E-ବସ୍, ପ୍ରଥମ ପର୍ଯ୍ୟାୟରେ ଚାଲିବ ୨୫ଟି E-ବସ୍

Key Points

ସମ୍ବଲପୁରରେ ଗଡ଼ିବ E-ବସ୍
ଶବ୍ଦ, ଧୂଆଁ ପ୍ରଦୂଷଣରୁ ମିଳିବ ଆଶ୍ୱସ୍ତି 
ପ୍ରଥମ ପର୍ଯ୍ୟାୟରେ ଚାଲିବ ୨୫ଟି E-ବସ୍
ଖୁବଶୀଘ୍ର ରୋଡ଼ ମ୍ୟାପ୍ ପ୍ରସ୍ତୁତ ସହ ନିଆଯିବ ଆନୁସଙ୍ଗିକ ନିଷ୍ପତ୍ତି
ଅଇଁଠାପାଲି ବସଷ୍ଟାଣ୍ତରେ ୫ଟି ବସ୍ ଚାର୍ଜିଂ ମେସିନ ସ୍ଥାପନ

ସମ୍ଵଲପୁର ସହରରେ ଗଡ଼ିବ E - ବସ୍ । ଶବ୍ଦ, ଧୂଆଁ ପ୍ରଦୂଷଣରୁ ସହରକୁ ମିଳିବ ମୁକ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟୟରେ କ୍ରୁଟ୍ ସଂସ୍ଥା ଅଧୀନରେ ୨୫ଟି E-ବସ୍ ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ତରେ ପହଁଚି ସାରିଛି । ମହାନଗର ନିଗମ ଅଂଚଳ ସମ୍ବଲପୁର, ହୀରାକୁଦ ଓ ବୁର୍ଲା ସହରରେ ଏହି E-ବସ୍ ଚଳାଚଳ କରିବ । ଏଥିପାଇ ୪ଟି ରୁଟ୍ ଥିବା ବେଳେ ମୋଟ ୧୫୪ଟି ଛୋଟ ବଡ଼ ଷ୍ଟେସନ ସଂଯୋଗ କରିବ । ଏଥିପାଇଁ ଖୁବଶୀଘ୍ର ଭୁବନେଶ୍ଵରରୁ ଏକ ଟିମ୍ ସମ୍ବଲପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନ, ମହାନଗର ନିଗମ କର୍ତ୍ତୃପକ୍ଷ ଓ ସହରବାସୀଙ୍କ ସହ ଆଲୋଚନ କରି ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିବ।


ସେପଟେ E-ବସ୍ ପାଇଁ ଅଇଠାପାଲି ବସଷ୍ଟାଣ୍ତରେ ୫ଟି ଚାର୍ଜିଂ ମେସିନ ସ୍ଥାପନ କରାଯାଉଥିବା ନେଇ ସମ୍ବଲପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଟି ଇ-ଵସ୍ ଯୋଗାଇ ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ୫୦ଟି PM ଇ-ବସ୍ ଆସିବା ନେଇ ସୂଚନା ରହିଛି । ଏହାଛଡ଼ା ପରେ ଆହୁରି ୨୫ଟି ବସ୍ ଆସିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆଗକୁ ସମଗ୍ର ଜିଲ୍ଲାରେ ୧୦୦ଟି ଇ - ବସ୍ ଚଳାଚଳ କରିବାର ଯୋଜନା ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସହରବାସୀ। ରାଜ୍ୟରେ ୬୦୦ଟି ଇ-ବସ୍ ଚାଲିବା ନେଇ ସରକାର କରିଛନ୍ତି ଘୋଷଣା । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପ୍ରଥମେ ସାମିଲ ହୋଇଛି ।

Related Topics

Explore more stories

Sponsored
Transport | Sambalpur Gets 25 E-Buses | Green Transport to Reduce Pollution | Argus News | Argus News