Videos
|
Odisha

Pandal Catches Fire / ହୁତୁହୁତୁ ହୋଇ ଜଳିଗଲା ପୂଜା ପେଣ୍ଡାଲ୍‌; ଅକ୍ଷତ ରହିଲେ ଶ୍ରୀଗଣେଶ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହୁତୁହୁତୁ ହୋଇ ଜଳିଗଲା ପୂଜା ପେଣ୍ଡାଲ୍‌; ଅକ୍ଷତ ରହିଲେ ଶ୍ରୀଗଣେଶ
Fire Breaks Out at Ganesh Puja Pandal in Sambalpur

Key Points

ହୁତୁହୁତୁ ହୋଇ ଜଳିଗଲା ଗଣେଶ ପୂଜା ପେଣ୍ଡାଲ୍ । ସନ୍ଧ୍ୟାରେ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଅଘଟଣ ଘଟିଛି । ସମ୍ବଲପୁର ସହରର ଫାଟକ ଅଞ୍ଚଳରେ ଥିବା ଏକ ଗଣେଶ ପୂଜା ମଣ୍ଡପରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି ।
ସମ୍ବଲପୁର: ଗଣେଶ ଚତୁର୍ଥୀରେ ଅଘଟଣ । ହୁତୁହୁତୁ ହୋଇ ଜଳିଗଲା ଗଣେଶ ପୂଜା ପେଣ୍ଡାଲ୍ । ସନ୍ଧ୍ୟାରେ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଅଘଟଣ ଘଟିଛି । ସମ୍ବଲପୁର ସହରର ଫାଟକ ଅଞ୍ଚଳରେ ଥିବା ଏକ ଗଣେଶ ପୂଜା ମଣ୍ଡପରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଅଗ୍ନିକାଣ୍ଡରେ ପୂରା ପେଣ୍ଡାଲ୍ ଜଳିପୋଡ଼ି ଛାରଖାର୍ ହୋଇ ଯାଇଛି । କପଡ଼ାରେ ସୁସଜ୍ଜିତ ପେଣ୍ଡାଲଟିକୁ ସମ୍ପୂର୍ଣ୍ଣ ଗ୍ରାସ କରି ଦେଇଛ ନିଆଁ । କିନ୍ତୁ, ଗଣେଶଙ୍କ ମୂର୍ତ୍ତି ଅକ୍ଷତ ରହିଥିବା ଜଣାପଡ଼ିଛି ।


ତେବେ କେଉଁ ପରିସ୍ଥିତିରେ ଗଣେଶ ପୂଜା ପେଣ୍ଡାଲରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ପୂଜା ପେଣ୍ଡାଲରେ ଥିବା କିଛି କର୍ମକର୍ତ୍ତା ଆହତ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ଗୋଖାଦ୍ୟ; ପଶୁଙ୍କୁ ବି ଛାଡ଼ିଲେନି 

ଗଣେଶ ପୂଜା ପେଣ୍ଡାଲରେ କିଭଳି ନିଆଁ ଲାଗିଲା ? ଦୀପରୁ ନିଆଁ ଲାଗିଲା ନା ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଲା ? ତାହା ସ୍ପଷ୍ଟ ହୋଇପାରି ନାହିଁ । ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବାହିନୀ ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।

ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଥିବା ବେଳେ ଗଣେଶ ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟିଛି । ମଣ୍ଡପର କିଛି କାର୍ଯ୍ୟକର୍ତ୍ତା ସାମାନ୍ୟ ଆହତ ହୋଇଛନ୍ତି । ବିଘ୍ନ ବିନାଶକ ଗଣେଶଙ୍କୁ ନିଆଁ ଛୁଇଁ ପାରିନାହିଁ । ମଣ୍ଡପଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଯାଇଛି ।

ବ୍ରେକିଂ ଖବର, ଅପଡେଟ୍ ଜାରି ରହିଛି...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: