Mega Swachhata Abhiyan / ସମ୍ବଲପୁରରେ ଜିଲ୍ଲାବ୍ୟାପୀ ‘ମେଗା ସ୍ୱଚ୍ଛତା ଅଭିଯାନ’ରେ ସାମିଲ ହେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·1 hour ago·2 min read

Key Points
• ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ୫୦୦ରୁ ଅଧିକ ସ୍ଥାନରେ ଏକତ୍ରିତ ହେଲେ ୧ ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ
• ସମବେତ ଜନସାଧାରଣଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଲେ ସାଂସଦ
• ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର

ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର । ସୁସ୍ଥ ରହିବା ପାଇଁ ହେଲେ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ । ତେଣୁ ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପବିତ୍ର ‘ମହାଳୟା’ ଅବସରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆଜି ସମ୍ବଲପୁର ଜିଲ୍ଲାରେ ଜିଲ୍ଲାବ୍ୟାପୀ ‘ମେଗା ସ୍ୱଚ୍ଛତା ଅଭିଯାନ’ରେ ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ । ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସ୍ଥାନୀୟ ନାଗରିକଙ୍କ ସହ ଅଂଶଗ୍ରହଣ କରି ସମ୍ବଲପୁରରେ ସଫେଇ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ସଚେତନ କରିଥିଲେ । ଏହି ଅବସରରେ ସେ କହିଛନ୍ତି, ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍ ତରଫରୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ଜନ ଆନ୍ଦୋଳନ ତଥା ସ୍ୱଚ୍ଛତା ପର୍ବ ଆରମ୍ଭ କରାଯାଇଛି ।
ପ୍ରଶାସନର ଯୋଜନା ଅନୁଯାୟୀ ଆଜି ସମ୍ବଲପୁର ଜିଲ୍ଲାରେ ପାଖାପାଖି ଏକ ଲକ୍ଷ ଲୋକ ନିଜ ନିଜ ପରିସରରେ, ଆଖପାଖ ଓ ଘର ବାହାରକୁ ଯାଇ ସ୍ୱଚ୍ଛତା କାମରେ ଲାଗିଛନ୍ତି । ଆଜି ପବିତ୍ର ମହାଳୟା ଏବଂ ନବରାତ୍ରୀର ପୂର୍ବରୁ ସମ୍ବଲପୁର ଦେଶ ପାଇଁ ଏକ ନୂଆ ଉଦାହରଣ ତିଆରି କରିଛି । ସ୍ୱଚ୍ଛତା ଦ୍ୱାରା ସହର ସୁସ୍ଥ ରହିବ, ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ ଏବଂ ସମସ୍ତଙ୍କର ବିକାଶ ହେବ ।
ସେ ଆହୁରି କହିଛନ୍ତି ଯେ ସ୍ୱଚ୍ଛତା ହିଁ ସେବା- ଏହା ହେଉଛି ଆମ ସମାଜର ମୂଳ ମନ୍ତ୍ର । ପୂଜ୍ୟ ବାପୁ (ମହାତ୍ମା ଗାନ୍ଧୀ) କହୁଥିଲେ ଯେ ସ୍ୱଚ୍ଛତା ହେଉଛି ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେହି ମହାନ ଚିନ୍ତାଧାରାକୁ ଆପଣାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା’ ମାଧ୍ୟମରେ ଏହାକୁ ଏକ ବିଶାଳ ଜନ-ଆନ୍ଦୋଳନରେ ପରିଣତ କରିଛନ୍ତି । ସ୍ୱଚ୍ଛତାକୁ ଜୀବନର ଚରିତ୍ର ଏବଂ ସ୍ୱଭାବ ବନେଇବାକୁ ପଡ଼ିବ । ଘର ଭିତରକୁ ଆମେ ନିଜେ ସଫା କରୁଛେ, କିନ୍ତୁ ଘର ବାହାରକୁ ସମସ୍ତେ ମିଶି ସମାଜକୁ ସଫା କରିବାକୁ ପଡ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତେ ନିଜ ପରିବେଶକୁ ଆବର୍ଜନାମୁକ୍ତ ରଖିବା, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ଏବଂ ସ୍ୱଚ୍ଛତାକୁ ନିଜ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା। ନିଜ ଆଖପାଖ ପରିବେଶ, ଗ୍ରାମ ଓ ସହରକୁ ସବୁବେଳେ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ସମ୍ବଲପୁର ଜିଲ୍ଲାକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଜିଲ୍ଲା ଭାବେ ଗଢ଼ିବା ପାଇଁ ଆମେ ନିରନ୍ତର ପ୍ରୟାସ କରିବା ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।
ଉଲ୍ଲେଖନୀୟ, ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍ର ମିଳିତ ସହଯୋଗରେ ଆଜି ଜିଲ୍ଲାର ୫୦୦ରୁ ଅଧିକ ସ୍ଥାନରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ୧ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଶ୍ରୀ ପ୍ରଧାନ ସ୍ୱଚ୍ଛତାର ଶପଥ ପାଠ କରାଇବା ସହ ଧନ୍ୟବାଦ ଜଣାଇଛନ୍ତି।

Related Topics
Explore more stories