Videos
|
Odisha

Odisha News / ଆସନ୍ତା ୭ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା କ୍ଷେତ୍ରରେ ସାଂସଦ ଖେଳ ମହୋତ୍ସବ – ୨୦୨୫

Ritu Das
Browse all articles by Ritu Das
·10 months ago·2 min read
ଆସନ୍ତା ୭ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା କ୍ଷେତ୍ରରେ ସାଂସଦ ଖେଳ ମହୋତ୍ସବ – ୨୦୨୫

Key Points

ସମ୍ବଲପୁର ଜିଲ୍ଲାରେ ଥିବା ଗାଁ ଓ ସହରାଞ୍ଚଳରୁ ଲୁକ୍କାୟିତ କ୍ରୀଡ଼ାବିତ୍‌ଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୭ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା କ୍ଷେତ୍ରରେ “ସାଂସଦ ଖେଳ ମହୋତ୍ସବ - ୨୦୨୫” ଆୟୋଜନ ହେବାକୁ ଯାଉଛି।
ସମ୍ବଲପୁର ଜିଲ୍ଲାରେ ଥିବା ଗାଁ ଓ ସହରାଞ୍ଚଳରୁ ଲୁକ୍କାୟିତ କ୍ରୀଡ଼ାବିତ୍‌ଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୭ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା କ୍ଷେତ୍ରରେ “ସାଂସଦ ଖେଳ ମହୋତ୍ସବ - ୨୦୨୫” ଆୟୋଜନ ହେବାକୁ ଯାଉଛି।

ଚଳିତବର୍ଷ "ବିକଶିତ ଭାରତ ପାଇଁ ସୁସ୍ଥ ରହିବେ ଯୁବବର୍ଗ" ଥିମରେ ଆୟୋଜିତ ଏହି ମହୋତ୍ସବ ଦେଶର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଭାବନାକୁ ଉଜ୍ଜୀବୀତ କରିବାର ଏକ ଅନନ୍ୟ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଫିଟ୍ ଇଣ୍ଡିଆ' ଏବଂ 'ଖେଲୋ ଇଣ୍ଡିଆ' ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଏହି ସାଂସଦ ଖେଳ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଉପରେ ଦିଆଯାଇଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ମହୋତ୍ସବ ଛାତ୍ରଛାତ୍ରୀ ତଥା ଯୁବକମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁଦୃଢ଼ କରିବାରେ ସହାୟକ ହେବ।

ଏହାସହ ପଢ଼ନ୍ତୁ: ନବୀନଙ୍କୁ ଶକ୍ତ ଝଟ୍‌କା; BJPରେ ମିଶିଲେ BJD ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ

ନଭେମ୍ବର ୭ ତାରିଖରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଦେବଗଡ଼ ଜିଲ୍ଲାର ତିଳେଇବଣି ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହି ମହୋତ୍ସବର ଶୁଭ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଏହାବ୍ୟତୀତ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ନଭେମ୍ବର ୧୧ ତାରିଖରେ ଢେଙ୍କାନାଳ ଷ୍ଟାଡିୟମରେ ଉଦ୍‌ଘାଟନୀ ସମାରୋହ ଆୟୋଜନ କରାଯିବ । ମୋଟ ୧୯ ଦିନ ଧରି ଚାଲିବାକୁ ଏହି ସାଂସଦ ଖେଳ ମହୋତ୍ସବ ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ, ଢେଙ୍କାନାଳ ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଭକ୍ତ କଲେ ତାତ୍ସଲ୍ୟ, 'ନବୀନଙ୍କ ଭାଷଣ ଶୁଣିବାକୁ ରହିଲେନି ଲୋକେ'

ଏହି ପ୍ରତିଯୋଗିତାରେ ଦୁଇଟି ବିଭାଗ ଯଥା କନିଷ୍ଠ ବିଭାଗରେ ୧୪ ରୁ ୧୭ ବର୍ଷ ଏବଂ ବରିଷ୍ଠ ବିଭାଗରେ ୧୮ ରୁ ୨୩ ବର୍ଷ ପାଇଁ କ୍ରୀଡ଼ା ପ୍ରତିଯୋଗିତା ହେବ । ୧୪ ରୁ ୧୭ ବର୍ଷ ପାଇଁ ୧୦୦ ଓ ୨୦୦ ମିଟର ଦୌଡ଼, ଡିସକସ୍ ଥ୍ରୋ, ସଟଫୁଟ ଏବଂ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ୧୮ରୁ ୨୩ ବର୍ଷର ଖେଳାଳିମାନେ ୧୦୦ ଓ ୨୦୦ ମିଟର ଦୌଡ଼, ଡିସକସ୍ ଥ୍ରୋ, ସଟଫୁଟ ଏବଂ କବାଡ଼ି ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଲୁକ୍କାୟିତ କ୍ରୀଡ଼ାବିତ୍‌ଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଜିଲ୍ଲା ସ୍ତରରୁ ରାଜ୍ୟ ତଥା ଜାତୀୟ ସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତା ପାଇଁ ଏକ ମଜଭୁତ ମଞ୍ଚ ଯୋଗାଇ ଦେବା ସାଂସଦ ଖେଳ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।

ସମ୍ବଲପୁରୀ ସଂସଦୀୟ କ୍ଷେତ୍ର ପାଇଁ ଇଚ୍ଛୁକ ଖେଳାଳିମାନେ https://sansadkhelmahotsav.in/constituency-registration/odisha/sambalpur ଏବଂ
ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ https://sansadkhelmahotsav.in/constituency-registration/odisha/dhenkanal ଲିଙ୍କ୍ ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ । ଏହି ମହୋତ୍ସବ ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।