Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାମ୍ପେଲା ଜଙ୍ଗଲରେ ପୋଲିସ-ଅପରାଧୀ ମୁହାଁମୁହିଁ, ଦୁର୍ଦ୍ଦାନ୍ତ ଦୀପକକୁ ଗୁଳି କଲା ପୋଲିସ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ରାମ୍ପେଲା ଜଙ୍ଗଲରେ ପୋଲିସ-ଅପରାଧୀ ମୁହାଁମୁହିଁ, ଦୁର୍ଦ୍ଦାନ୍ତ ଦୀପକକୁ ଗୁଳି କଲା ପୋଲିସ

Key Points

ସମ୍ବଲପୁର ଜିଲ୍ଲା ରାମ୍ପେଲା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଅପରାଧୀ । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ମଣ୍ଡଳ ଆହତ ହୋଇଛି ।

ସମ୍ବଲପୁର: ପୋଲିସକୁ ଗୁଳି ଚଳାଇଲା, ଘାଇଲା ହେଲା । ସମ୍ବଲପୁର ଜିଲ୍ଲା ରାମ୍ପେଲା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଅପରାଧୀ । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ମଣ୍ଡଳ ଆହତ ହୋଇଛି । ଦୁର୍ଦ୍ଦାନ୍ତ ଦୀପକର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ମଣ୍ଡଳ ସମ୍ପର୍କରେ ଖବର ପାଇ ଗୋଡ଼ାଇଥିଲା ରେଙ୍ଗାଲି ପୋଲିସ । ରେଙ୍ଗାଲି ଦେଇ ଝାରସୁଗୁଡ଼ା ଆଡ଼କୁ ଦୀପକ ପଳାଇବାକୁ ଉଦ୍ୟମ କରିଥିଲା । ଆଉ ପ୍ରଥମେ ଦୀପକ ପୋଲିସକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି କରିଥିବା ବେଳେ ଦୀପକର ଡାହାଣ ଗୋଡ଼ରେ ବାଜିଥିଲା ।


ଦୀପକ ନାଁରେ ୨୧ରୁ ଅଧିକ ମାମଲା ରହିଛି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ । ପୋଲିସ ଦୀର୍ଘ ଦିନ ଧରି ଦୀପକ ମଣ୍ଡଳର ସନ୍ଧାନରେ ଥିଲା । ଆଉ ତାକୁ ପିଛା କଲାବେଳେ ପୋଲିସ ଏନକାଉଣ୍ଟର କରିଛି । ଦୀପକ ନିକଟରୁ ଗୋଟିଏ ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sambalpur: Criminal Deepak Mandal Injured in Police Firing | Argus News | Argus News