ପୁଣି ଧରାପଡ଼ିଲା ବବିଙ୍କ ମିଛ

Key Points
- ପୁଣି ଧରାପଡ଼ିଲା ବବିଙ୍କ ମିଛ
- NH-55ର ୩ ବର୍ଷର ପୁରୁଣା ଫଟୋ ପୋଷ୍ଟ କରି ପ୍ରଶ୍ନ କରିଥିଲେ
- ରାଜନୈତିକ ସ୍ଵାର୍ଥ ଲାଗି ବବିଙ୍କ ହୀନ ଉଦ୍ୟମର ହେଲା ପର୍ଦ୍ଦାଫାସ
- ବାରମ୍ବାର ମିଛ କହି କି ଲାଭ ପାଉଛନ୍ତି ଲୋକେ ?
ଅର୍ଗସ ବ୍ୟୁରୋ : ମିଛ କହିବାରେ ବବି ବାବୁ ବ୍ୟସ୍ତ । ଅହରହ ମିଛ କହି ନିଜ ମୁଣ୍ଡରୁ ଦୋଷ ଖସାଇବାରେ ସେ ବ୍ୟସ୍ତ । ଗତ କିଛିଦିନ ହେଲାଣି ଏନଏଚ-55କୁ ନେଇ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି ବବି ବାବୁ । ଭୋଟ ପାଖେଇ ଆସୁଥିବାରୁ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ କେମିତି ନପଡିବ ସେଇଥି ଲାଗି ତ ୩ ବର୍ଷ ତଳର ଏଇ ପଟୋକୁ ପୋଷ୍ଟ କରି ମିଛ କହିଥିଲେ ବବି । ହେଲେ ଏବେ ସତ ପଦାକୁ ଆସିଥିବାରୁ ବବି ବାବୁଙ୍କ ମୁହଁରେ ସତେ ଯେମିତି ଏବେ ତୁଣ୍ଡି ବନ୍ଧାଯାଇଛି ।
ଟ୍ଵିଟ କରି ଫଶିଗଲେ ବବି ।
ଗୋଟିଏ ମିଛ ଟ୍ଵିଟ ବବିଙ୍କୁ ଫଶାଇ ଦେଲା । ଏକ୍ସରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କରିଥିବା ଏ ପୋଷ୍ଟକୁ ଭଲ ଦେଖନ୍ତୁ । ଏନଏଚ୍ 55ର ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ୩ ବର୍ଷ ତଳର । ୨୦୨୧ ସେପ୍ଟେମ୍ବର ୯ ରେ ଏହି ଖବର ଏକ ୱେବସାଇଟରେ ପ୍ରକାଶ ପାଇଥିଲା । ୨୦୨୧ରେ ଯେଉଁ ସ୍ଥାନରେ ଏହି ଫଟୋ ନିଆଯାଇଥିଲା ଏ ହେଉଛି ତାର ବର୍ତ୍ତମାନର ଚିତ୍ର । ସଜ ମାଛରେ କେମିତି ପୋକ ପକାଯାଏ ତାହା ବବି ଦାସଙ୍କଠାରୁ ଶିଖିବା କଥା। ରାଜନୈତିକ ସ୍ବାର୍ଥ ପାଇଁ ବିଜୁ ଜନତା ଦଳର ଏହି ତୁଙ୍ଗନେତା କେତେ ନୀଚ୍ଚସ୍ତରକୁ ଯାଇପାରନ୍ତି ତାହା ଏବେ ସାମ୍ନାକୁ ଆସିଛି ।
ସମ୍ବଲପୁରକୁ ବବିଙ୍କ ବିଜୟ ସହଜ ନୁହେଁ । ଏ କଥା ସେ ଭଲରେ ଜାଣିସାରିଛନ୍ତି । ସେଇଥି ଲାଗି ତ ଗୋଟିଏ ପରେ ଗୋଟିଏ ମିଛ କହିବାରେ ସେ ବ୍ୟସ୍ତ ଅଛନ୍ତି । କଥା ହେଲା ଜଣଙ୍କ ମିଛ ପ୍ରଚାରର ସାଥ୍ ଦେବାକୁ ମଇଦାନକୁ କୁଦିପଡ଼ଲେ ବିଜେଡିର ଆଉ ଜଣେ ବାହାପିଆ ମୁଖପାତ୍ର । କହିଲେ, ଜାତୀୟ ରାଜପଥ ୫୫ ଯୋଗୁଁ କୁଆଡେ ? ଭାରତ ବିଖ୍ୟାତ ଲକ୍ଷ୍ମୀ ବସଗୁଡ଼ିକ ଚଳାଚଳରେ ଅସୁବିଧା ହେଉଛି । ଯୋଜନାର ବସଗୁଡିକ ଖରାପ ହୋଇଯାଉଛି। ହେଲେ ସସ୍ମିତ ବାବୁ ହିସାବ ଦେବେ କି ରାସ୍ତା ନଥିବା ଯୋଗୁଁ ଓଡ଼ିଶାର କେତେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି ?
📱 Get Argus News App
✨ସତ ହେଲା, ସମ୍ବଲପୁର-ଅନୁଗୁଳ- କଟକ ୫୫ ନମ୍ବର ଜାତୀୟ ରାଜପଥର ୨୬୨ କି.ମିରୁ ୨୨୦ କିଲୋମିଟର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇସାରିଛି । ଅର୍ଥାତ ୮୩ ପ୍ରତିଶତ ରାସ୍ତା କାମ ଶେଷ ହୋଇଛି । ଯେଉଁ ରାସ୍ତା ହୋଇପାରିନି ସେଥିରେ ବାଧକ ସାଜିଛି ଜଙ୍ଗଲ ଜମି ଅନୁମତି। ଯାହାକି ରାଜ୍ୟ ସରକାରଙ୍କ ଅଧିନରେ। ଏବେ ପ୍ରଶ୍ନ ଉଠୁଛି ସତ ଧରାପଡ଼ିବା ପରେ ଯଦି ଟିକିଏ ବି ଲଜ୍ଜା ବାକିଅଛି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ପ୍ରାର୍ଥନା କରିବେ କି ପ୍ରଣବ ପ୍ରକାଶ ଦାସ ।