Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଜରୁରୀ ଅଟେ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଜରୁରୀ ଅଟେ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Key Points

କେନ୍ଦ୍ର ମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି, ଆମ ପିଲାମାନଙ୍କ ସୃଜନଶୀଳତା ଅଧିକ, ସେମାନେ ନିଶ୍ଚୟ ଆଗକୁ ବଢ଼ିବେ । ଆପଣମାନଙ୍କ ଚଲାପଥକୁ ମା' ସମଲେଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ ।

ସମ୍ବଲପୁର: ସମ୍ଵଲପୁର ବିଶ୍ଵବିଦ୍ୟାଳୟର ୩୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ମେଡାଲ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।


କ୍ଵାଣ୍ଟମ୍ କମ୍ପ୍ୟୁଟର ସମ୍ପର୍କରେ ମତ ରଖି କହିଛନ୍ତି, ଆମକୁ ଇତିହାସକୁ ପଢ଼ିବାକୁ ହେବ, ନ ହେଲେ ଝୁଣ୍ଟି ପଡ଼ିବା । ଇତିହାସକୁ ପଢ଼ି ନିଜର, ଓଡ଼ିଶାର ତଥା ଦେଶକୁ ସମୃଦ୍ଧ କରିବା । ଭୌତିକ ସୁଖ ସୁଖ ନୁହେଁ, ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଜରୁରୀ ଅଟେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅବସରରେ ବିଶ୍ଵବିଦ୍ୟାଳୟର ପିଏଚଡି ଡିଗ୍ରୀ ଧାରୀ ଛାତ୍ରଛାତ୍ରୀଙ୍କୁ ଆୱାର୍ଡ ପ୍ରଦାନ କରାଯାଇଛି । ୨୦ ଜଣଙ୍କୁ ଡୋନେଟେଡ ଗୋଲ୍ଡ ମେଡାଲ, ୩୯ ଜଣଙ୍କୁ ବିଶ୍ଵବିଦ୍ୟାଳୟ ଗୋଲ୍ଡ ମେଡାଲ , ବିଭିନ୍ନ ବିଭାଗରେ ୧୦୨ ଜଣଙ୍କୁ ଡକ୍ଟର ଅଫ ଫିଲୋସୋପି, ଡାକ୍ତରୀ ବିଜ୍ଞାନ, ଡାକ୍ତର ଲିଟରେଚରରେ ଜଣେ ଲେଖାଏଁଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।


ସମ୍ବଲପୁର ବିଶ୍ଵବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।


ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପୂର୍ବରୁ ମା' ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭବପତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ବୁର୍ଲା ଭିସୁଟ୍‌ର ୧୬ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Sponsored
Sambalpur University Holds 35th Convocation; Governor and Union Minister Attend | Argus News | Argus News