ଧର୍ମେନ୍ଦ୍ରଙ୍କୁ ନେଇ ଏମିତି କହିଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ସଭା ମଂଚ ଉପରେ ଯୁବତୀ ଜଣକ ରୋକଠୋକ କହିଲେ ଦେଶର ବିକାଶ କରିବାକୁ ଚାହିଁଲେ ମୋଦିଙ୍କୁ ଆଉ ରାଜ୍ୟର ବିକାଶ କରିବାକୁ ଚାହିଁଲେ ଧର୍ମେନ୍ଦ୍ରଙ୍କୁ ଭୋଟ୍ ଦିଅ । ଆଉ ଏହି ଯୁବତୀଙ୍କର ଏମିତି ଭାଷଣ ପରେ ଏବେ ଚର୍ଚ୍ଚା ଜୋର । କାରଣ ସମ୍ବଲପୁରରେ ଆୟୋଜନ ଏକ କାର୍ଯ୍ୟକ୍ରମରେ ଏହି ଯୁବତୀ ଜଣକ ଯେମିତି ଭାବରେ ସତ କହିଲେ ତାହା ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଖାଲି ଘୂରି ବୁଲୁଛି ତାହା ନୁହେଁ ବରଂ ଯୁବତୀ ଜଣକ ସତ କହିଥିବାରୁ ତାଙ୍କୁ ପ୍ରଶଂସା ବି କରାଯାଉଛି ।
📱 Get Argus News App
✨ବିଜେପିର ଅନ୍ୟ ନାଁ ବିକାଶ । ଦେଶରେ ମୋଦି ସରକାର ହେବା ପରେ ଅନେକ ଉନ୍ନତୀମୂଳକ କାମ ହେଉଛି । ଦେଶର ବିକାଶର ଗାଡି ଘାଏଁ ଘାଏଁ ବୁଲୁଛି । ଠିକ୍ ସେମିତି ରାଜ୍ୟରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵରେ ଅନେକ ବିକାଶ ହୋଇଛି । ସେଇଥି ଲାଗି ତ ଧର୍ମେନ୍ଦ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ତାଙ୍କର ପରିକଳ୍ପନା, ଚିନ୍ତାଧାରା ଓ ଆତ୍ମବିଶ୍ଵାସ ଆଜିର ଯୁବପିଢିଙ୍କୁ ଦେଇଛି ନୂଆ ଉନ୍ମାଦନା । ସେଇଥି ଲାଗି ତ ଧର୍ମେନ୍ଦ୍ରଙ୍କୁ ଭୋଟ୍ ଦେବାକୁ ଏବେ ମନବଳାଇଛନ୍ତି ସମ୍ବଲପୁରବାସୀ । ଖାଲି ମନବଳାଇଛନ୍ତି ତାହା ନୁହେଁ ବରଂ ଏକାଠି ହୋଇ ଶପଥ ନେଇଛନ୍ତି ସମ୍ବଲପୁରରେ ଏଥର ଧର୍ମେନ୍ଦ୍ର ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରୁ ଏଯାଏଁ ନିର୍ବାଚିତ ହୋଇନାହାନ୍ତି ସତ ହେଲେ ବିକାଶ କେମିତି ହେବ ସେନେଇ ହରଦମ ପ୍ରସ୍ତୁତି କରନ୍ତି । ତାଙ୍କରି ପ୍ରଚେଷ୍ଟାରେ ସମ୍ବଲପୁରରେ ଆଇଆଇଏମ ହେଉ କି ହଇଜା ନିୟନ୍ତ୍ରଣ ହେଉ...ଅନେକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ବି ତାଙ୍କରି ନେତୃତ୍ଵରେ ପାଇଛି ସମ୍ବଲପୁର । ଏ ସବୁ ବିକାଶ ଦେଖିବା ପରେ ଲୋକେ ନେଇଛନ୍ତି ଗୋଟିଏ ନିଷ୍ପତ୍ତି । ଏଥର ନିର୍ବାଚନରେ ସମ୍ବଲପୁରରୁ ଧର୍ମେନ୍ଦ୍ର ।
(ସମ୍ବଲପୁରରୁ ମଳୟ ଭୋଇଙ୍କ ସହ କବିତା ସ୍ଵାଇଁ)