Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାମହିମ ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦ କଲେ ସମ୍ବିତ ପାତ୍ର : ସଂସଦରେ ରଖିଲେ ଐତିହାସିକ ଭାଷଣ

Ritu Das
Browse all articles by Ritu Das
·1 year ago·1 min read
ମହାମହିମ ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦ କଲେ ସମ୍ବିତ ପାତ୍ର : ସଂସଦରେ ରଖିଲେ ଐତିହାସିକ ଭାଷଣ

ସଂସଦର ବଜେଟ ଅଧିବେଶନରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ । ସେ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ଶ୍ରୀ ଜଗନ୍ନାଥଙ୍କ ଭକ୍ତ । ତାଙ୍କ ଅପମାନ ଓଡ଼ିଆ ଜାତି ସହିବ ନାହିଁ ।


ରାଷ୍ଟ୍ରପତି ଦ୍ରୋପଦି ମୂର୍ମୁଙ୍କ ପଛରେ ସାଢେ଼ ଚାରି କୋଟି ଓଡ଼ିଆ ଛିଡା ହୋଇ ରହିଛନ୍ତି । ଏହା ସହିତ ସମ୍ବିତ ପାତ୍ର ସୋନିଆ ଗାନ୍ଧିଙ୍କ ବିରୋଧରେ ସଂସଦରେ ପ୍ରିଭିଲେଜ ମୋସନ ଆଣିବା ପାଇଁ ମଧ୍ୟ ମତ ରଖିଥିଲେ ଓ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ କହି ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sambit Patra protested against the insult of His Excellency the President: He delivered a historic speech in Parliament | Argus News