ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ର ନୂଆ ସଭାପତି
·1 year ago·1 min read

ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ର ନୂତନ ସଭାପତିଙ୍କ ନାଁ ଏକ ପ୍ରକାର ନିଶ୍ଚିତ ହୋଇଛି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ହେବେ । ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସଭାପତି ହେବା ନିଶ୍ଚିତ ହୋଇଛି । ୨୦୨୯ ଯାଏ ସେ ଓସିଏର ସଭାପତି ହୋଇ ରହିବେ। ଆସନ୍ତା ମାର୍ଚ୍ଚ ୩୦ ତାରିଖରେ OCAର ସାଧାରଣ ପରିଷଦ ବୈଠକ ହେବ ।
ସମୀର ମହାନ୍ତି OOAର ନୂଆ ସଭାପତି ହେବାକୁ ଥିବା ବେଳେ ଅଭିଜିତ୍ ପାଲ୍ ହେବେ ସମ୍ପାଦକ। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ, ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଉଭୟ ଅପ୍ରତିଦ୍ଵନ୍ଦ୍ୱୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଆସନ୍ତା ୩୦ ତାରିଖରେ ସାଧାରଣ ପରିଷଦ ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: