Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gender Change / ପୁଅରୁ ହୋଇଗଲେ ଝିଅ, ନା ତାଙ୍କର ସମୀରରୁ ହୋଇଗଲା ସମୀରା

Bikash Mohanty
Browse all articles by Bikash Mohanty
·5 months ago·2 min read
ପୁଅରୁ ହୋଇଗଲେ ଝିଅ, ନା ତାଙ୍କର ସମୀରରୁ ହୋଇଗଲା ସମୀରା
sameer

Key Points

ପୁଅରୁ ହୋଇଗଲେ ଝିଅ
ସମୀରରୁ ହୋଇଗଲେ ସମୀରା
ଗଂଜାମ ଛତ୍ରପୁରର ଘଟଣା
ପୁଅରୁ ହୋଇଗଲେ ଝିଅ। ନା ତାଙ୍କର ସମୀର ନାୟକରୁ ହୋଇଗଲେ ସମୀରା ନାୟକ।ସମୀର ଭାଇରୁ ହୋଇଗଲେ ସମୀରା ମ୍ୟାଡ଼ାମ। ପୁରୁଷ ଦେହ ଭିତରେ ଲୁଚି ରହିଥିଲା ନାରୀର ମନ। ଥିଲେ ପୁଅ ହୋଇଗଲେ ଝିଅ। ସମୀରା ନାୟକ ଜୀବନରେ ଏଭଳି ପରିବର୍ତ୍ତନ କିନ୍ତୁ ସହଜ ନଥିଲା। ଏଥିପାଇଁ ଅନେକ ସଂଘର୍ଷ ଦେଇ ଆଗକୁ ବଢିଛନ୍ତି । ଅସ୍ତ୍ରୋପଚାର କରି ନୂଆ ପରିଚୟରେ ସନ୍ତୁଷ୍ଟ ଅଛନ୍ତି ସେ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଗୋଟିଏ ଛୋଟିଆ ଗାଁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ସମୀରା ନାୟକ । ବୟସ ବଢିବା ସହିତ ମନରେ ଆସିଲା ପରିବର୍ତ୍ତନ।ଚାଲିଚଳନ ବି ବଦଳି ଗଲା।ପୁଅ ସାଙ୍ଗ ଅପେକ୍ଷା ଝିଅ ମାନଙ୍କ ସହିତ ମିଳାମିଶା କରିବାକୁ ଭଲ ଲାଗିଲା । ପୁରୁଷ ଶରୀରରେ ଲୁଚି ରହିଥିଲା ନାରୀର ମନ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମୀରା ମ୍ୟାଡ଼ାମ ପୁଅ ହୋଇ ଜନ୍ମ ହୋଇଥିଲେ ଆଉ ଏବେ ଝିଅ ହୋଇଯାଇଛନ୍ତି । ପାଠ ପଢ଼ା ସାରିବା ବେଳକୁ ସେ ମନକୁ ଦୃଢ଼ କଲେ। ପୁଅ ଶରୀରରେ ନିଜକୁ ବୁଝାମଣା କରିବାକୁ ଆଉ ଚାହିଁଲେ ନାହିଁ। ବ୍ୟୟ ବହୁଳ ଅସ୍ତ୍ରୋପଚାର କରି ସେ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି।

ସମୀରା ମ୍ୟାଡ଼ମ, ଖଲ୍ଲିକୋଟ ସରକାରୀ ଚାରୁ ଓ କାଳୁକଳା ମହାବିଦ୍ୟାଳୟର ଇଣ୍ଡିଆନ ପେଣ୍ଟିଙ୍ଗ ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟରତ । ପ୍ରତିଦିନ ନିଜର କର୍ମ କ୍ଷେତ୍ରରକୁ ଯିବା ପୂର୍ବରୁ ଆଇନା ଦେଖି ସଜେଇ ହେଉଛନ୍ତି ସମୀରା ମ୍ୟାଡମ । ମଥାରେ ଟିକିଲି ନାଇଁ, ସଜେଇ ହେଉଛନ୍ତି ନିଜର କେସକୁ। ଏହା ସହ ଶାଢ଼ୀ ପିନ୍ଧି ସ୍କୁଟି ଚଢି ନିଜର କର୍ମ କ୍ଷେତ୍ରରେ ପହଂଚିବା ସହ ପିଲାମାନଙ୍କୁ ଶିକ୍ଷାଇ ଦେଉଛନ୍ତି ଚିତ୍ରକଳାର ଅଙ୍କନ ଶୈଳୀ । ଏକଦା ସେହି ମହାବିଦ୍ୟାଳୟରେ ସେ ଛାତ୍ର ଥିଲେ । ପିଲାମାନେ ତାକୁ ସମୀର ଭାଇ ଡାକୁଥିଲେ । ଏବେ ସମୀରା ମ୍ୟାଡ଼ାମ ଡାକୁଛନ୍ତି ବୋଲି କହିଛନ୍ତି ତାଙ୍କ ସହପାଠୀ।

ସମୀରା ମ୍ୟାଡ଼ାମଙ୍କ ଗୋଟିଏ ଲକ୍ଷ୍ୟ ଇଣ୍ଡିଆନ ଚାରୁ ଓ କାରୁକଳାକୁ ଆଗକୁ ନେବା ଏବଂ ଇତି ମଧ୍ୟରେ ସେ ଅନେକ ଅନୁଷ୍ଠାନ ପକ୍ଷରୁ ଜଣେ ଭଲ ଆର୍ଟିଷ୍ଟ ଭାବେ ଅନେକ ଥର ପୁରସ୍କୃତ ହୋଇଛନ୍ତି । ସମୟ ଆଜି କେତେବେଳେ କେଉଁଠି ନେଇ ପହଞ୍ଚି ଥାଏ ସମୀରା ଏହାର ଏକ ଉଦାହରଣ ।

ସମୀର ଭାଇରୁ ସମୀରା ହେବା ଏହା ପ୍ରଥମ ଘଟଣା ନୁହେଁ। ପୁର୍ବରୁ ଅନେକ ଜଣ ପୁଅରୁ ଝିଅ ଓ ଝିଅ ରୁ ପୁଅ ହୋଇଛନ୍ତି। ପୁବରୁ ସମାଜ ଏହାକୁ ଗ୍ରହଣ କରୁନଥିଲା। କିନ୍ତୁ ଏବେ ସମାଜ ଏହାକୁ ଗ୍ରହଣ କରି ନେଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gender Change | Sameer Nayak Becomes Sameera – Inspiring Gender Transition Journey | Argus News