Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତୁଆ ନାଁରେ ପିଲାଙ୍କୁ ପ୍ୟାକେଟ୍‌ରେ ମିଳୁଛି ବାଲି, ଗୋଡ଼ି ! କେବେ ଶୁଣିବ ପ୍ରଶାସନ ?

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଛତୁଆ ନାଁରେ ପିଲାଙ୍କୁ ପ୍ୟାକେଟ୍‌ରେ ମିଳୁଛି ବାଲି, ଗୋଡ଼ି ! କେବେ ଶୁଣିବ ପ୍ରଶାସନ ?

ଧାମନଗର: ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ । ଶରୀର ସୁଦୃଢ଼ ହେବ, ପିଲାଙ୍କ ବିକାଶ ହେବ । ଆଉ ରହିବନି ଅପପୁଷ୍ଟି । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଛୋଟ ଛୋଟ ଛୁଆଙ୍କୁ ଯୋଗାଇ ଦେଉଛନ୍ତି ଛତୁଆ । କିନ୍ତୁ ପିଲାଙ୍କୁ ମିଳୁଥିବା ଛତୁଆ ଛେଳି ବି ଖାଉନି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ର ପଞ୍ଚାୟତରୁ ।


ପିଲାଙ୍କୁ ଦିଆଯାଉଥିବା ପୁଷ୍ଟିକର ଛତୁଆ ପ୍ୟାକେଟ୍‌ରୁ ବାହାରୁଛି ବାଲି, ଗୋଡି ମିଶା ଛତୁଆ । ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ନିମ୍ନମାନର ଛତୁଆ ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା ।


ଦୀର୍ଘଦିନ ହେଲା ନିମ୍ନମାନର ଛତୁଆ ଯୋଗାଣ ହେଉଛି । ଆଉ ଅପମିଶ୍ରିତ ଛତୁଆକୁ ଗନ୍ଧର୍ବବିନ୍ଧା ଆଦିବାସୀ ସାହିର କୁନି କୁନି ପିଲାଙ୍କୁ ଚଲଣାରେ ଚଲାଇ ଦେଉଛନ୍ତି ମାଆମାନେ । ମିଳୁଥିବା ଛତୁଆରେ ବାଲି, ଗୋଡି ମିଶିଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଭଳି ବିବ୍ରତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅପମିଶ୍ରିତ ଛତୁଆ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଛତୁଆର ମାନ ଠିକ୍ ରଖୁନି । ଏନେଇ ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ।


ତେବେ ସରକାର ଶିଶୁ ଓ ଗର୍ଭବତୀଙ୍କ ପାଇଁ ମାଗଣାରେ ଯୋଗାଇ ଦେଉଥିବା ଛତୁଆରେ ଖାଲି ଗୋଡ଼ି, ବାଲି ମିଶିଥିବାରୁ ତାହା କେମିତି ପୋଷଣ ଯୋଗାଇବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏନେଇ ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Sponsored
Sand And Small Stone Found From Chhatua Packet In Dhamnagar | Argus News