ଡାକ୍ତର ବାବୁଙ୍କୁ ସ୍ୟାଣ୍ଡ ଅନିମେଟରଙ୍କ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଆନ୍ତର୍ଜାତୀୟ ସ୍ୟାଣ୍ଡ ଅନିମେଟର ମାନସ ସାହୁଙ୍କ ଶ୍ରଦ୍ଧାଞ୍ଜଳି । ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ସ୍ୟାଣ୍ଡ ଅନିମେସନ୍ ଭିଡିଓ ପ୍ରସ୍ତୁତ କରିଛନ୍ତି ମାନସ । ଆଉ ସେହି ଏକ ମିନିଟ୍ ୩୦ ସେକେଣ୍ଡର ଭିଡିଓରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
#WATCH | Puri, Odisha: Sand artist Manas Kumar Sahoo created a sand art of Debendra Pradhan, former Union Minister and paid tribute to him
— ANI (@ANI) March 24, 2025
Dr Debendra Pradhan passed away on March 17, 2025 in New Delhi at the age of 84.
(Source: Sand artist Manas Kumar Sahoo) pic.twitter.com/unyvC2GiOz
📱 Get Argus News App
✨କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ନିଧନ ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ଓଡ଼ିଶା ଏବଂ ଦେଶ ଜଣେ ଭଲ ନେତାଙ୍କୁ ହରାଇଲା । ଡ଼ା. ପ୍ରଧାନ ତାଙ୍କ ଜୀବନରେ ଓଡ଼ିଶା ଏବଂ ଭାରତବର୍ଷରେ ଅନେକ ବିକାଶମୂଳକ କାମ କରିଛନ୍ତି । ସେ ଦେଖାଇଥିବା ରାସ୍ତାରେ ଯାଇ ତାଙ୍କର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିତାଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଦେଶର ଅନେକ ବରିଷ୍ଠ ନେତା କହିଛନ୍ତି ।
ଅନ୍ୟପଟେ ଆଜି ତାଳଚେର ସ୍ଥିତ ହାଣ୍ଡିଧୂଆଁ ବାସଭବନରେ ଅନେକ ରାଷ୍ଟ୍ରୀୟ ସ୍ତରର ନେତୃତ୍ୱଙ୍କ ସମେତ ଛତିଶଗଡ଼, ହରିୟାଣା, ବିହାରର ଅନେକ ମନ୍ତ୍ରୀ ସମୂହ, ବିଭିନ୍ନ ରାଜ୍ୟର ପୂର୍ବତନ ମନ୍ତ୍ରୀ, ସାଂସଦ, ଜନପ୍ରତିନିଧି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।