Videos
|
Odisha

ନେପାଳରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା ମାଧ୍ୟମରେ ପ୍ରାର୍ଥନା କଲେ ବାଲୁକାଶିଳ୍ପୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ନେପାଳରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା ମାଧ୍ୟମରେ ପ୍ରାର୍ଥନା କଲେ ବାଲୁକାଶିଳ୍ପୀ

Key Points

ନେପାଳ ହିଂସାର ଭୟାବହତାକୁ ବାଲୁକା କଳାରେ ଚିତ୍ରିତ କରିବା ସହ ପ୍ରେୟିଂ ଫର୍ ପିସ ନେପାଳକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

ନେପାଳରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା କଳା ମାଧ୍ୟମରେ ପ୍ରାର୍ଥନା କଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନେପାଳ ହିଂସାର ଭୟାବହତାକୁ ବାଲୁକା କଳାରେ ଚିତ୍ରିତ କରିବା ସହ ପ୍ରେୟିଂ ଫର୍ ପିସ ନେପାଳର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ 10 ଫୁଟ ଚଉଡ଼ା ଏବଂ 7 ଫୁଟ ଉଚ୍ଚ ଏହି ବାଲୁକା କଳାରେ ରହିଛି ନେପାଳର ସାଂପ୍ରତିକ ପରିସ୍ଥିତିର ନିଛକତା। ନିଜ ବାଲୁକା କଳା ମାଧ୍ଯମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ନେପାଳକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।

ନିଜ ସୋସିଆଲ ମିଡିଆରେ ବାଲୁକା କଳାର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେ ଏହି ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆଉ କହିଛନ୍ତି- ହିଂସାରେ ଯେଉଁକ୍ଷତି ଘଟିଛି, ଯେଉଁ ଜୀବନ ଯାଇଛି ତାହା ଦୁଃଖ ଦାୟକ । ଏହି କଳା ମାଧ୍ଯମରେ ମୁଁ ସମସ୍ତଙ୍କୁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ନେପାଳ ଶାନ୍ତି ପ୍ରିୟ ଦେଶ, ପୁଣି ଥରେ ସେହି ସମୟ ଫେରିଆସୁ ।

ତେବେ ନେପାଳରେ ଧିରେଧିରେ ସ୍ବାଭାବିକ ହେଉଛି ସବୁକିଛି । ସୁଧୁରୁଛି ସ୍ଥିତି, ଫେରୁଛି ଶାନ୍ତି । ନେପାଳରେ ଆଜି ନୂଆ ସକାଳ ସହ ନୂଆ ଆଶା ନେଇ ଉଇଁଛି ସୂରୁଜ । ରାତିରେ ନାଇଟ କର୍ଫ୍ୟୁ ଥି୍ବା ବେଳେ ସକାଳେ ସକାଳେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଯଦିଓ ପୂର୍ବ ପରି ପୂରା ଦୋକାନ ବଜାର ଖୋଲିନି ମାତ୍ର କାଁ ଭାଁ ଖୋଲିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ି ଗଡିଛି । ସଫେଇ କର୍ମଚାରୀ ରାସ୍ତା ସଫେଇ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: