Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାଶିବରାତ୍ରି ଅବସରରେ ବାଲୁକାରେ ଇନଷ୍ଟଲେସନ୍ ଆର୍ଟ

Odisha

ମହାଶିବରାତ୍ରି ଅବସରରେ ବାଲୁକାରେ ଇନଷ୍ଟଲେସନ୍ ଆର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହାଶିବରାତ୍ରି ଅବସରରେ ବାଲୁକାରେ ଇନଷ୍ଟଲେସନ୍ ଆର୍ଟ

ପୁରୀ:  ଆଜି ମହାଶିବରାତ୍ରି। ଚଳଚଞ୍ଚଳ ହେଲାଣି ରାଜ୍ୟର ସମସ୍ତ ଶୈବପୀଠ। ଶୈବ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଶୈବପୀଠରେ ଦୀପ ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ। ସେନେଇ ସମସ୍ତ ପ୍ରସ୍ତୁତି ସରିଛି। ମହାଶିବରାତ୍ରି ପାଇଁ ବାଲୁକାରେ ଇନଷ୍ଟଲେସନ୍ ଆର୍ଟ । ୧୪୪ କୁମ୍ଭ ଓ ୧୪୪ ଶିବ ଲିଙ୍ଗକୁ ଇନଷ୍ଟାଲ କରି ଏକ ୟୁନିକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଚଳିତ ଥର ମହାଶିବରାତ୍ରିକୁ ଅଦ୍ବିତୀୟ ବୋଲି କହିଛନ୍ତି ସୁଦର୍ଶନ । ଚଳିତ ଥରର ଶିବରାତ୍ରି, ୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭର ଶେଷ ଦିନ ରହିଛି । ତେଣୁ ଏହି ଅବସରରେ ଏକ ଆଧ୍ୟାତ୍ମିକତା ମାହୋଲ ସୃଷ୍ଟି କରିବା ସହ ମହାଶିବରାତ୍ରିର ଶୁଭେଛା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।


ପୁରୀ ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଶିବଙ୍କୁ ପୂଜା କରି ତାଙ୍କ ଆଶିଷ ଲାଭ କରିବାକୁ ଧାଇଁ ଆସିଛନ୍ତି ଭକ୍ତଗଣ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Sand artist Sudarsan Pattnaik has created sand art installations of Lord Shiva on the occasion of Maha Shivratri | Argus News