Videos
|
Odisha

ସରକାରୀ ରେକର୍ଡ ନଥାଇ, ବିନା ନିଲାମ୍‌ରେ ହେଉଛି ବାଲି ଚାଲାଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସରକାରୀ ରେକର୍ଡ ନଥାଇ, ବିନା ନିଲାମ୍‌ରେ ହେଉଛି ବାଲି ଚାଲାଣ

Key Points

ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ଲୁଟ୍
ସରକାରୀ ରେକର୍ଡ ନ ଥାଇ, ବିନା ନିଲାମ୍‌ରେ ହେଉଛି ବାଲି ଚାଲାଣ
ଅନବରତ ବାଲି ଚାଲାଣ ଯୋଗୁଁ ଦୁର୍ବଳ ହେଉଛି ନଦୀ ବନ୍ଧ, ଗାଁ ରାସ୍ତା
ବିରୋଧ କଲେ ବିଜେଡି ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସାଧାରଣ ଲୋକ
ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ ହେଉଥିଲେ ବି ଚୁପ୍ ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡା:  ଖରସ୍ରୋତା ନଦୀ ପଠାରୁ ଚୋରାରେ ଚାଲାଣ ହେଉଥିବା ବାଲି ଗାଡିର ଭିଡିଓ ଉତ୍ତୋଳନ କରିବାରୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ବିଜେଡି ଗୁଣ୍ଡାବାହିନୀ l ରାଜକନିକା ବ୍ଲକ ବିଜେଡି ଯୁବ ସଭାପତି ଅୟସ ସାମଲ ଦୀର୍ଘ ଦିନ ହେବ ସ୍ଥାନୀୟ ବିଜେଡି ସମର୍ଥିତ ସରପଞ୍ଚ ଧିରେନ ଜେନାଙ୍କ ସହଯୋଗରେ କିଛି ଭଡ଼ାଟିଆ ଗୁଣ୍ଡା ଲଗେଇ ଜୋର ଜବରଦସ୍ତ ବାଲି ଚୋରା ଚାଲାଣ କରିଆସୁଥିବା ଅଭିଯୋଗ , ପ୍ରତିବାଦ କଲେ କରୁଛି ଆକ୍ରମଣ l


ସରକାରୀ ଖାତାରେ ଜିଲ୍ଲାରେ ରହିଛି 20 ଟି ବାଲି ସଇରାତ । ସେଥିମଧ୍ୟରୁ ମାତ୍ର 2ଟି ସଇରାତ ନିଲାମ ହୋଇ ବାଲି ଉଠୁଥିବାବେଳେ ଆଉ 18ଟିରୁ ବିନା ନିଲାମରେ ଉଠୁଛି ବାଲି । ଜିଲ୍ଲାରେ ବହିଯାଉଥିବା 7 ନଦୀର ବିଭିନ୍ନ ପଠାରୁ ବାଲି ଚୋରା ଚାଲାଣ ହେଉଥିବା ଘଟଣା ଏବେ ଜିଲ୍ଲାର ଭୟଙ୍କର ରାଜସ୍ବ ଲୁଟ୍‌ ପ୍ରମାଣ ଦେଉଛି । କେବଳ ରାସ୍ତା ଘାଟ ସମସ୍ୟା କି ରାଜସ୍ବ ଲୁଟ୍ ନୁହେଁ, ଜିଲ୍ଲାରେ ବାଲି ଘାଟକୁ ନେଇ ଏବେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ବେଆଇନ ଭାବେ ଉଠୁଥିବା ଜିଲ୍ଲାର ଏକାଧିକ ଘାଟରେ ଏବେ ଗୋଷ୍ଠୀ ବିବାଦ ଦେଖାଦେଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରାପଡ଼ାର ଚନ୍ଦନପୁର, ଇନ୍ଦୁପୁର, ଅଳପୁଅ,ଡେରାବିଶର ବସପୁର, ବେଣିପୁର ପରି ଆଳି, କନିକା, ପଟ୍ଟାମୁଣ୍ଡାଇର ଏକାଧିକ ଘାଟରେ ଗୋଷ୍ଠୀ ବିବାଦ ଘଟି 2 ମାସ ମଧ୍ୟରେ ବିଭିନ୍ନ ଥାନାରେ 10ରୁ ଉର୍ଦ୍ଧ ମାମଲା ବି ହେଲାଣି । ଏତେ ସବୁ ପରେ ବି ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଏ ମାଫିଆ ମାନଙ୍କ ବିରୋଧରେ ବିଜେପି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sand is being sold without any government records | Argus News