Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭୟରେ କେହି ପାଟି ଖୋଲିପାରୁ ନାହାନ୍ତି, ସବୁ ଜାଣି ଅଜଣା ହେଉଛନ୍ତି ଖଣି ଅଫିସର !

Odisha

ଭୟରେ କେହି ପାଟି ଖୋଲିପାରୁ ନାହାନ୍ତି, ସବୁ ଜାଣି ଅଜଣା ହେଉଛନ୍ତି ଖଣି ଅଫିସର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭୟରେ କେହି ପାଟି ଖୋଲିପାରୁ ନାହାନ୍ତି, ସବୁ ଜାଣି ଅଜଣା ହେଉଛନ୍ତି ଖଣି ଅଫିସର !

ନା ପ୍ରଶାସନକୁ ଡର ନା ଖଣି ବିଭାଗକୁ । ଦିନ ଦ୍ୱିପ୍ରହରରେ ଯାଜପୁର ପଙ୍କପାଳ ବ୍ରାହ୍ମଣୀ ଘାଟରୁ ଚାଲିଛି ବେଧଡ଼କ ଭାବେ ବାଲି ଲୁଟ୍ । ପ୍ରଶାସନ, ପୋଲିସ ଓ ଜିଲ୍ଲା ଖଣି ବିଭାଗ କିଛି ନଜାଣିବା ପରି ବସିଛନ୍ତି ଚୁପ୍ । ସବୁ ନିୟମର ଧଜ୍ଜିୟା ଉଡାଇ ଦିନ ବେଳା ହେଉଛି ଶହ ଶହ ଟ୍ରକ୍ ବାଲି ଚାଲାଣ । ନଦୀ ପଠାରୁ ବାଲି ଉଠାଇ କରୁଛନ୍ତି ପରିବେଶ ନିୟମର ଖୋଲାଖୋଲି ଉଲଂଘନ । ବାଲି ମାଫିଆଙ୍କ ଉପରେ ତୁରନ୍ତ ଆକ୍ସନ ନେବାକୁ ସ୍ଥାନୀୟ ଲୋକଙ୍କ ଦାବି ।

ଯାଜପୁର ଦାନଗଦି ତହସିଲ ଅନ୍ତର୍ଗତ ପଙ୍କପାଳ ବ୍ରାହ୍ମଣ ନଦୀ ଶଯ୍ୟାରୁ ପ୍ରତିଦିନ ଶହ ଶହ ଟ୍ରକ ଓ ହାଇୱା ଯୋଗେ ବେଆଇନ ଭାବେ ଉଠା ଚାଲିଛି ବାଲି। ରାତି ୯ ରୁ ସକାଳ ୭ଟା ମଧ୍ୟରେ ହିଁ ବାଲି ଟ୍ରକ୍ ଚଳାଚଳର ନିୟମ ଥିଲେ ବି ଏଠାରେ ଦିନ ଦ୍ବିପ୍ରହରରେ ଶହ ଶହ ବାଲି ବୋଝେଇ ଟ୍ରକରେ ବାଲି ଚୋରା ଚାଲାଣ ଚାଲିଛି । ଏଥିସହ ପରିବେଶ ଆଇନର ବି ଖୋଲାଖୋଲି ଉଲଂଘନ କରାଯାଉଛି । କିନ୍ତୁ ଖଣି ଉପ ନିର୍ଦ୍ଦେଶକ କହୁଛନ୍ତି ତାଙ୍କ ପାଖରେ ଏ ସମ୍ପର୍କରେ ନାହିଁ ଖବର ।

ଦିନରେ ବେଆଇନ୍ ଭାବେ ବାଲି ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣା ବଢିବାରେ ଲାଗିଛି। ତା'ପରେ ବି ପୋଲିସ କିମ୍ବା ପ୍ରଶାସନ ଚେତୁ ନାହାନ୍ତି। ପୂର୍ବରୁ ଜିଲ୍ଲା ପ୍ରଶାସନ ବେଆଇନ୍ ବାଲି ବୋଝେଇ ହାଇୱା ଓ ଡଙ୍ଗା ଜବତ କରିଥିବା ବେଳେ ଖଣି ବିଭାଗ ଜରିମନା ଆଦାୟ ନକରି ଛାଡିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପୋଲିସ, ପ୍ରଶାସନ, ଖଣି ବିଭାଗ ଓ ପରିବେଶ ବିଭାଗର ମିଳିତ ସଲା ସୁତୁରାରେ ଚାଲିଛି ଏହି ବାଲି ଲୁଟ୍।

ଏପରି ବେଆଇନ ବାଲି ଚାଲାଣ ଯୋଗୁଁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର। ତେଣୁ ସରକାର ତୁରନ୍ତ ଆକ୍ସନ ମୋଡକୁ ଆସି ବେଆଇନ୍ ବାଲି ଚାଲାଣ ଉପରେ ରୋକ୍ ଲଗାଇବା ସହ ଦାୟିତ୍ବ ଖିଲାପ କରୁଥିବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଯୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sand Mafia Active In Jajpur pankapal | Argus News